ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ ଗେମ୍ସରେ ପୁରୁଷ ସ୍କିଟ୍ ଦଳ ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ପାଇଁ ଅନନ୍ତଜିତ ସିଂହ ନାରୁକା, ଭବତେଘ ସିଂହ ଗିଲ ଏବଂ ମୈରାଜ ଅହମ୍ମଦ ଖାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2026 10:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁରୁଷ ସ୍କିଟ୍ ଦଳ ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ପାଇଁ ଅନନ୍ତଜିତ ସିଂହ ନାରୁକା, ଭବତେଘ ସିଂହ ଗିଲ ଏବଂ ମୈରାଜ ଅହମ୍ମଦ ଖାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହାକୁ ଏସିଆନ ଗେମ୍ସରେ ଏକ ଗୌରବପୂର୍ଣ ସଫଳତା ବୋଲି କହିଛନ୍ତି।


ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ଧ୍ୟାନ ଏବଂ ଦଳଗତ କାର୍ଯ୍ୟ ଅନୁକରଣୀୟ। ସେ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ।

X ରେ ଏକ ପୋଷ୍ଟରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି :

"ଏସିଆନ ଗେମ୍ସରେ ଏକ ଗୌରବପୂର୍ଣ ସଫଳତା !

ପୁରୁଷ ସ୍କିଟ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅନନ୍ତଜିତ୍ ସିଂହ ନାରୁକା, ଭାବତେଘ ସିଂହ ଗିଲ୍ ଏବଂ ମୈରାଜ ଅହମ୍ମଦ ଖାନଙ୍କୁ ଅଭିନନ୍ଦନ। ସେମାନଙ୍କ ଏକାଗ୍ରତା ଏବଂ ଦଳଗତ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା : ପ୍ରଧାନମନ୍ତ୍ରୀ @narendramodi

 

***

SSP


(ରିଲିଜ ଆଡି: 2334239) ପରିଦର୍ଶକ କାଉଣ୍ଟର : 8