ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ


ଭାରତ-ଇସ୍ରାଏଲ୍ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତାଙ୍କ ପ୍ରତିବଦ୍ଧତା

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା; ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଉପରେ ଗୁରୁତ୍ୱ

ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ପାଇଁ ଭାରତର ଆହ୍ୱାନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 22 OCT 2026 6:17PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି।

 

ଉଭୟ ନେତା ଭାରତ-ଇସ୍ରାଏଲ୍ ସମ୍ପର୍କରେ ନିରନ୍ତର ଅଗ୍ରଗତିକୁ ସ୍ୱାଗତ କରିବା ସହ ଦୁଇ ଦେଶ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ନିଜର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

 

ଏହି ଆଲୋଚନା ସମୟରେ ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ମତ ବିନିମୟ କରିବା ସହ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦିନରେ ସମାଧାନର ମାର୍ଗ ଭାବେ ଆଲୋଚନା ଓ କୂଟନୀତିକୁ ଗୁରୁତ୍ୱ ଦେବା ନେଇ ଭାରତର ଆହ୍ୱାନକୁ ପୁନର୍ବାର ଦୋହରାଇଛନ୍ତି।

 

ଉଭୟ ନେତା ପରସ୍ପର ସହ ଯୋଗାଯୋଗ ବଜାୟ ରଖିବାକୁ ସହମତି ପ୍ରକାଶ କରିଛନ୍ତି।

 

*****

MT

 


(ରିଲିଜ ଆଡି: 2332997) ପରିଦର୍ଶକ କାଉଣ୍ଟର : 3