ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ସୌର ଶକ୍ତିର ଭୂମିକା ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 NOV 2026 1:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଶ୍ରୀ ମାଇକ ବ୍ଲୁମବର୍ଗଙ୍କ ଦ୍ୱାରା ପ୍ରକାଶିତ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନର ଗତି କିପରି ବୃଦ୍ଧି ପାଉଛି, ଏବଂ ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସୌର ଶକ୍ତି ଏକ ବର୍ଦ୍ଧିତ ଭୂମିକା ଗ୍ରହଣ କରୁଛି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏହି ନିବନ୍ଧରେ ଅକ୍ଷୟ ଶକ୍ତିର ଅଭିବୃଦ୍ଧି, ଛାତ ଉପରେ ସୌର ଶକ୍ତିର ସମ୍ପ୍ରସାରଣ ଏବଂ ସଂରକ୍ଷଣ ଏବଂ ପ୍ରସାରଣରେ ନିବେଶ ଉପରେ ଆଲୋକପାତ କରାଯାଇଛି। ଏହି ପରିବର୍ତ୍ତନ କିପରି ବିଦ୍ୟୁତ୍ ବିଲ୍ ହ୍ରାସ କରିବାରେ, ନିଯୁକ୍ତି ସୃଷ୍ଟି କରିବାରେ ଏବଂ ଶକ୍ତି ସୁରକ୍ଷାକୁ ମଜବୁତ କରିବାରେ ସାହାଯ୍ୟ କରୁଛି।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;

ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସୌର ଶକ୍ତି ଏକ ବର୍ଦ୍ଧିତ ଭୂମିକା ଗ୍ରହଣ କରୁଛି।

ମାଇକ ବ୍ଲୁମବର୍ଗଙ୍କ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଅକ୍ଷୟ ଶକ୍ତିର ଅଭିବୃଦ୍ଧି, ଛାତ ଉପରେ ସୌର ଶକ୍ତିର ସମ୍ପ୍ରସାରଣ ଏବଂ ଷ୍ଟୋରେଜ୍ ଏବଂ ଟ୍ରାନ୍ସମିସନ୍ କ୍ଷେତ୍ରରେ ନିବେଶ ବିଷୟରେ ଲେଖିଛନ୍ତି।

ଏହି ପରିବର୍ତ୍ତନ କିପରି ବିଦ୍ୟୁତ୍ ବିଲ୍ ହ୍ରାସ କରିବାରେ, ନିଯୁକ୍ତି ସୃଷ୍ଟି କରିବାରେ ଏବଂ ଶକ୍ତି ସୁରକ୍ଷାକୁ ମଜବୁତ କରିବାରେ ସାହାଯ୍ୟ କରୁଛି ତାହା ସେମାନେ ଆଲୋକପାତ କରିଛନ୍ତି।

HS


(ରିଲିଜ ଆଡି: 2332398) ପରିଦର୍ଶକ କାଉଣ୍ଟର : 13