ପୋଷ୍ଟ କରାଯିବା ଦିନାଙ୍କ:
23 OCT 2026 12:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ ମହିଳା ସିଙ୍ଗଲ୍ସ କ୍ଲାସ୍-୩ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ସୋନାଲବେନ୍ ପଟେଲ୍ଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ଖୁସି ପ୍ରକାଶ କରିଛନ୍ତି ।
ସେ ଏସୀୟ ପାରା ଗେମ୍ସରେ ନିଜର ସଫଳତା ତାଲିକାରେ ପ୍ରଥମ ବ୍ୟକ୍ତିଗତ ପଦକ ଯୋଡିଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କର କ୍ରୀଡା ଯାତ୍ରାର ଏହି ସ୍ୱତନ୍ତ୍ର ମୁହୂର୍ତ୍ତ ବର୍ଷ ବର୍ଷର ନିଷ୍ଠା, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି । ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;
“ଏସୀୟ ପାରା ଗେମ୍ସରେ ସୋନାଲବେନ୍ ପଟେଲ୍ଙ୍କ ସଫଳତାରେ ଅତ୍ୟନ୍ତ ଖୁସି! ସେ ମହିଳା ସିଙ୍ଗଲ୍ସ କ୍ଲାସ୍-୩ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏବଂ ଏସୀୟ ପାରା ଗେମ୍ସରେ ନିଜର ସଫଳତା ତାଲିକାରେ ପ୍ରଥମ ବ୍ୟକ୍ତିଗତ ପଦକ ଯୋଡିଛନ୍ତି । ତାଙ୍କ କ୍ରୀଡା ଯାତ୍ରାରେ ଏହା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ, ଯାହା ବର୍ଷ ବର୍ଷର ନିଷ୍ଠା, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି : PM @narendramodi"
SR