ପୋଷ୍ଟ କରାଯିବା ଦିନାଙ୍କ:
20 OCT 2026 6:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୫୩/୫୪ ଇଭେଣ୍ଟରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୌପ୍ୟ ପଦକ ହାସଲ କରିଥିବାରୁ ପ୍ରଦୀପ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ବିଗତ ବର୍ଷଗୁଡିକରେ ତାଙ୍କର ନିରନ୍ତର ପ୍ରଗତି ଏବଂ ପ୍ରତ୍ୟେକ ଥର ନିଜର କ୍ଷମତାର ସୀମା ଅତିକ୍ରମ କରିବା ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିରନ୍ତରତା ଏବଂ ଉତ୍କର୍ଷତା ଏକତ୍ର ସଫଳତା ଆଣିଥାଏ । ସେ ତାଙ୍କର ଏହି ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତର ସମସ୍ତ ଉଦ୍ୟମ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି;
“ନିରନ୍ତରତା ଏବଂ ଉତ୍କର୍ଷତା ଏକତ୍ର ସଫଳତା ଆଣିଥାଏ!
ପ୍ରଦୀପ କୁମାର ଏସୀୟ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍୫୩/୫୪ ଇଭେଣ୍ଟରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ବିଗତ ବର୍ଷଗୁଡିକରେ ତାଙ୍କର ଅଗ୍ରଗତି, ନିରନ୍ତର ଉନ୍ନତି କରିବା ଏବଂ ନିଜ ସୀମାକୁ ଅତିକ୍ରମ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ଅଭିନନ୍ଦନ । ତାଙ୍କର ଭବିଷ୍ୟତ ସମସ୍ତ ଉଦ୍ୟମ ପାଇଁ ମୋର ଶୁଭେଚ୍ଛା : PM @narendramodi"
SR