ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 10:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଏସୀୟ ପାରା କ୍ରୀଡ଼ା-୨୦୨୬ରେ ପୁରୁଷ ଲଙ୍ଗ ଜମ୍ପ୍ ଟି-୪୭ ବର୍ଗରେ ଏକ ଚମକ୍ରାର ଲମ୍ଫ ପ୍ରଦାନ କରି ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ବର୍ଗରେ ନିଜର ପ୍ରଥମ ଅଂଶ ଗ୍ରହଣରେ ହିଁ ସ୍ୱର୍ଣ୍ଣ ପଦକ ଜିତିବା ଏହି ସଫଳତାକୁ ଆହୁରି ବିଶେଷ କରି ଦେଇଛି । ସେ ନିଶାଦ କୁମାରଙ୍କ ବହୁମୁଖୀ ପ୍ରତିଭା, ଦୃଢ଼ ସଂକଳ୍ପ ଏବଂ କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଭବିଷ୍ୟତ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;
“ଏସୀୟ ପାରା କ୍ରୀଡ଼ା-୨୦୨୬ର ପୁରୁଷ ଲଙ୍ଗ୍ ଜମ୍ପ୍ ଟି-୪୭ ବର୍ଗରେ ଏକ ଚମକ୍ରାର ଲମ୍ଫ ସହ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଶାଦ କୁମାରଙ୍କ ପାଇଁ ଆମେ ଗର୍ବିତ । ଏହି ବର୍ଗରେ ନିଜର ପ୍ରଥମ ଅଂଶ ଗ୍ରହଣରେ ସ୍ୱର୍ଣ୍ଣ ପଦକ ଜିତିବା ଏହି ସଫଳତାକୁ ଆହୁରି ବିଶେଷ କରିଦେଇଛି । ତାଙ୍କର ବହୁମୁଖୀ ପ୍ରତିଭା, ଦୃଢ଼ ସଂକଳ୍ପ ଏବଂ କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତା ପ୍ରକୃତରେ ପ୍ରେରଣାଦାୟକ । ତାଙ୍କର ଆଗାମୀ ପ୍ରୟାସଗୁଡ଼ିକ ପାଇଁ ଅନେକ ଶୁଭକାମନା: ପ୍ରଧାନମନ୍ତ୍ରୀ@narendramodi ।”
SR