ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଦିଲ୍ଲୀ ଜନ୍ତରମନ୍ତର ହିଂସାରେ ପ୍ରଭାବିତ ବ୍ୟକ୍ତିବିଶେଷ ଓ ପୁଲିସ କର୍ମଚାରୀଙ୍କ ସୁବିଧା ପାଇଁ ପୋର୍ଟାଲ୍ (http://hpec.nic.in)ର ଶୁଭାରମ୍ଭ କଲା ଉଚ୍ଚସ୍ତରୀୟ ତଦନ୍ତ କମିଟି

ପୋଷ୍ଟ କରାଯିବା ଦିନାଙ୍କ: 17 OCT 2026 5:22PM by PIB Bhubaneswar

 

  • ସୁପ୍ରିମକୋର୍ଟ ଗତ ଜୁଲାଇ ମାସରେ ଦିଲ୍ଲୀର ଜନ୍ତର ମନ୍ତର ଏବଂ ଦିଲ୍ଲୀ ବାହାରର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ସମ୍ବନ୍ଧୀୟ ଘଟଣାଗୁଡ଼ିକର ସମସ୍ତ ଦିଗ ଉପରେ ତଦନ୍ତ କରିବା ପାଇଁ ଏକ ଉଚ୍ଚ-କ୍ଷମତା ସମ୍ପନ୍ନ ତଦନ୍ତ କମିଟି ଗଠନ କରିଥିଲେ

 

  • ସୁପ୍ରିମକୋର୍ଟଙ୍କ ୧୮ ଅଗଷ୍ଟ ୨୦୨୬ ତାରିଖର ଆଦେଶର ୧୨ ଓ ୧୩ ନମ୍ବର ପାରାଗ୍ରାଫ୍ ଏବଂ ୧୦ ସେପ୍ଟେମ୍ବର ୨୦୨୬ ତାରିଖର ଆଦେଶର ୫(i) ନମ୍ବର ପାରାଗ୍ରାଫରେ ଉଲ୍ଲେଖ କରାଯାଇଥିବା ସମସ୍ତ ବିଷୟକୁ ଏଚପିଇସି କରିବ ଯାଞ୍ଚ

 

  • ପେଲେଟ୍ ବନ୍ଧୁକର ବ୍ୟବହାର, ମହିଳା ଆନ୍ଦୋଳନକାରୀଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ହିଂସା ଓ ଦୁର୍ବ୍ୟବହାର ଏବଂ ଉଭୟ ପକ୍ଷରୁ ହୋଇଥିବା ଅତ୍ୟଧିକ ହିଂସା ତଥା ସମ୍ପତ୍ତି ନଷ୍ଟ ଘଟଣାଗୁଡ଼ିକୁ ଦିଆଯିବ ଅଗ୍ରାଧିକାର

 

  • ଏହି ପୋର୍ଟାଲଟି ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯାହା ସମ୍ବେଦନଶୀଳ ସାକ୍ଷୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ; ଏହା ସହିତ, ଯଦି ପ୍ରଭାବିତ ବ୍ୟକ୍ତିମାନେ ଚାହାଁନ୍ତି, ତେବେ ସେମାନଙ୍କ ପରିଚୟକୁ ଗୋପନୀୟ ରଖାଯାଇପାରିବ

 

  • ପୋର୍ଟାଲ୍ ପରିଦର୍ଶନ କରିବା ଏବଂ ନିର୍ଦ୍ଧାରିତ ଫର୍ମାଟ୍ ବ୍ୟବହାର କରି ନିଜର ଅଭିଯୋଗ କିମ୍ବା ମତାମତ ଅପଲୋଡ୍ କରିବା ଲାଗି ପ୍ରଭାବିତ ବ୍ୟକ୍ତି ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି

 

ସୁପ୍ରିମକୋର୍ଟ ଗତ ଜୁଲାଇ ୨୦୨୬ ମାସରେ ଦିଲ୍ଲୀର ଜନ୍ତର ମନ୍ତର ଏବଂ ଦିଲ୍ଲୀ ବାହାରର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡର ସମସ୍ତ ଦିଗ ଉପରେ ତଦନ୍ତ କରିବା ପାଇଁ ଏକ 'ଉଚ୍ଚ-କ୍ଷମତା ସମ୍ପନ୍ନ ତଦନ୍ତ କମିଟି' (ଏଚପିଇସି) ଗଠନ କରିଥିଲେ। ପ୍ରଭାବିତ ବ୍ୟକ୍ତିବିଶେଷ (ଯେଉଁଥିରେ ପ୍ରଭାବିତ ପୋଲିସ କର୍ମଚାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ)ଙ୍କ ସୁବିଧା ପାଇଁ, ଏହି କମିଟି ଏକ ପୋର୍ଟାଲ୍ http://hpec.nic.in ଆରମ୍ଭ କରିଛି।

ଏହି କମିଟି, ସୁପ୍ରିମକୋର୍ଟଙ୍କ ୧୮ ଅଗଷ୍ଟ ୨୦୨୬ ତାରିଖର ଆଦେଶନାମାର ୧୨ ଓ ୧୩ ନମ୍ବର ପାରାଗ୍ରାଫ୍ ଏବଂ ୧୦ ସେପ୍ଟେମ୍ବର ୨୦୨୬ ତାରିଖର ଆଦେଶନାମାର ୫(i) ନମ୍ବର ପାରାଗ୍ରାଫରେ ଉଲ୍ଲେଖ କରାଯାଇଥିବା ସମସ୍ତ ବିଷୟ ଉପରେ ଯାଞ୍ଚ କରିବ। ବିଶେଷ ଭାବରେ ପେଲେଟ୍ ଗନର ବ୍ୟବହାର, ଉଦ୍ଦେଶ୍ୟମୂଳକ ହିଂସା, ମହିଳା ଆନ୍ଦୋଳନକାରୀଙ୍କୁ ଦୁର୍ବ୍ୟବହାର ସହିତ ଉଭୟ ପକ୍ଷରୁ ହୋଇଥିବା ଅତ୍ୟଧିକ ହିଂସା ଏବଂ ସମ୍ପତ୍ତି ନଷ୍ଟ ହେବା ଭଳି ଘଟଣାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ।

ଏହି ପୋର୍ଟାଲଟି ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ, ଏହା ସମ୍ବେଦନଶୀଳ ସାକ୍ଷୀମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିପାରିବ। ଏହାସହିତ, ଯଦି ପ୍ରଭାବିତ ବ୍ୟକ୍ତିମାନେ ଚାହାଁନ୍ତି, ତେବେ ସେମାନଙ୍କ ପରିଚୟକୁ ଗୋପନୀୟ ରଖାଯାଇପାରିବ ଏବଂ ପ୍ରକାଶ କରାଯିବ ନାହିଁ। ଏହି ପୋର୍ଟାଲ୍ ପରିଦର୍ଶନ କରିବା ସହିତ ନିର୍ଦ୍ଧାରିତ ଫର୍ମାଟ୍ ବ୍ୟବହାର କରି ନିଜର ଅଭିଯୋଗ କିମ୍ବା ମତାମତ ଅପଲୋଡ୍ କରିବା ଲାଗି ପ୍ରଭାବିତ ବ୍ୟକ୍ତିବିଶେଷ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହାବ୍ୟତୀତ, ୧୮ ଅଗଷ୍ଟ ୨୦୨୬ ଏବଂ ୧୦ ସେପ୍ଟେମ୍ବର ୨୦୨୬ ତାରିଖର ଆଦେଶ ଅନୁଯାୟୀ (ଏଚପିଇସି) ନିକଟକୁ ପଠାଯାଇଥିବା ବିଷୟଗୁଡ଼ିକ ସମ୍ବନ୍ଧରେ ଯେକୌଣସି ବ୍ୟକ୍ତି ସୂଚନା କିମ୍ବା ପରାମର୍ଶ ଦେବାକୁ ଚାହୁଁଥିଲେ, ସେ ଉକ୍ତ ପୋର୍ଟାଲ୍ ମାଧ୍ୟମରେ ତାହା ପ୍ରଦାନ କରିପାରିବେ। ଯେଉଁମାନେ ନିଜର ଅଭିଯୋଗ, ମତାମତ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟ ସିଧାସଳଖ ବ୍ୟକ୍ତିଗତ ଭାବେ ଦାଖଲ କରିବାକୁ ଚାହୁଁଛନ୍ତି, ସେମାନେ କାର୍ଯ୍ୟଦିବସଗୁଡ଼ିକରେ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ନୂଆଦିଲ୍ଲୀ-୧୧୦୦୦୨ ସ୍ଥିତ 'ଶିକ୍ଷା ସଦନ', ୧୭, ରାଉସ୍ ଆଭେନ୍ୟୁ ଇନଷ୍ଟିଚ୍ୟୁସନାଲ୍ ଏରିଆ ଠାରେ ଥିବା ଏଚପିଇସି କାର୍ଯ୍ୟାଳୟରେ ପହଞ୍ଚି ଏହା ଦାଖଲ କରିପାରିବେ। ଏହା ବ୍ୟତୀତ, ଉପରୋକ୍ତ ଠିକଣାରେ ଡାକ ମାଧ୍ୟମରେ କିମ୍ବା hpec2026.enquiry[at]nic[dot]in ଇମେଲ୍ ଠିକଣାରେ ମଧ୍ୟ ନିଜର ତଥ୍ୟ ପଠାଯାଇପାରିବ।

*******

PS/Swadhin/Manoj


(ରିଲିଜ ଆଡି: 2324750) ପରିଦର୍ଶକ କାଉଣ୍ଟର : 15