ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରଳ, ବିଶ୍ୱାସ ଆଧାରିତ ଟିକସ ପ୍ରଶାସନ ପାଇଁ ଜିଏସଟି ପରିଷଦର ସୁପାରିଶକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2026 9:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଏସଟି ପରିଷଦ ଦ୍ୱାରା ଅନୁମୋଦିତ ଜିଏସଟି ସଂସ୍କାରର ନୂତନ ପର୍ଯ୍ୟାୟକୁ ସ୍ୱାଗତ କରିଛନ୍ତି ଏବଂ ସାମଗ୍ରୀ ଏବଂ ସେବା ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ଦକ୍ଷ ଏବଂ ନାଗରିକ ଅନୁକୂଳ କରିବା ଦିଗରେ ଏହି ସୁପାରିଶଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ ଗିରଫ ବ୍ୟବସ୍ଥା ହଟାଇବା, ଅଧିକ ଅପରାଧମୁକ୍ତ କରିବା ଏବଂ ପ୍ରକ୍ରିୟାକୁ ସରଳ କରିବା ସମ୍ବନ୍ଧୀୟ ପରିଷଦର ସୁପାରିଶ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ଟିକସଦାତା ଏବଂ ବ୍ୟବସାୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି: 

ଜିଏସଟି ପରିଷଦ ଦ୍ୱାରା ଅନୁମୋଦିତ ଜିଏସଟି ସଂସ୍କାରର ନୂତନ ପର୍ଯ୍ୟାୟକୁ ମୁଁ ସ୍ୱାଗତ କରୁଛି। 

ଗିରଫ ବ୍ୟବସ୍ଥା ହଟାଇବା, ଅଧିକ ଅପରାଧମୁକ୍ତ କରିବା ଏବଂ ସରଳ ପ୍ରକ୍ରିୟା ଉପରେ ପରିଷଦର ସୁପାରିସ ବହୁତ ସକାରାତ୍ମକ ପ୍ରଭାବ ପକାଇବ। 

ଧ୍ୟାନ ସ୍ପଷ୍ଟ: 

ତ୍ୱରିତ ନିଷ୍ପତ୍ତି। 

କମ୍ ଅନୁପାଳନ ଖର୍ଚ୍ଚ। 

ସ୍ୱୟଂକ୍ରିୟ ଫେରସ୍ତ। 

ବିଶ୍ୱାସ ଆଧାରିତ ପ୍ରଶାସନ। 

ଜିଏସଟିକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ନାଗରିକ ଅନୁକୂଳ କରିବା ପାଇଁ ଆମର ନିରନ୍ତର ପ୍ରୟାସ ଅନୁରୂପ ଏହା ହେଉଛି। 

HS


(ରିଲିଜ ଆଡି: 2321872) ପରିଦର୍ଶକ କାଉଣ୍ଟର : 8