ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

୨୦୨୭-୨୮ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

ପୋଷ୍ଟ କରାଯିବା ଦିନାଙ୍କ: 30 SEP 2026 3:06PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟବିନେଟ୍‌ କମିଟି (ସିସିଇଏ) ୨୦୨୭-୨୮ ରବି ବିପଣନ ଋତୁ ପାଇଁ ସମସ୍ତ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି ।

 

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ଲାଭଜନକ ମୂଲ୍ୟ ଯୋଗାଇବା ଲକ୍ଷ୍ୟରେ ସରକାର ୨୦୨୭-୨୮ ବିପଣନ ଋତୁ ଲାଗି ରବି ଫସଲର ଏମଏସପି ବଢ଼ାଇଛନ୍ତି । କୁସୁମ ପାଇଁ ସର୍ବାଧିକ ଏମଏସପି ବୃଦ୍ଧି ଘୋଷଣା କରାଯାଇଛି । ଏହି ଫସଲର ଏମଏସପି କ୍ୱିଣ୍ଟାଲ ପିଛା ୬୭୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ରେପ୍‌ ସିଡ୍‌ ଓ ସୋରିଷର ସର୍ବନିମ୍ନ ସମର୍ଥନ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୧୩ ଟଙ୍କା ବୃଦ୍ଧି କରାଯାଇଛି। । ମସୁର ଡାଲି, ଯଅ, ଚଣା ଏବଂ ଗହମ ପାଇଁ ଯଥାକ୍ରମେ କ୍ୱିଣ୍ଟାଲ ପିଛା ୩୯୦ ଟଙ୍କା, ୧୩୬ ଟଙ୍କା, ୮୩ ଟଙ୍କା ଏବଂ ୨୫ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି ।

 

ବିପଣନ ଋତୁ ୨୦୨୭-୨୮ ପାଇଁ ସମସ୍ତ ରବି ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ

 

(କ୍ୱିଣ୍ଟାଲ୍ ପିଛା ଦର)

କ୍ରଂ ସଂଖ୍ୟା.

ଫସଲ

ରବି ଋତୁ ୨୦୨୭-୨୮ରେ ଏମଏସପି

ଉତ୍ପାଦନ ଖର୍ଚ୍ଚ* ରବି ଋତୁ ୨୦୨୭-୨୮ରେ

ଖର୍ଚ୍ଚ ଉପରେ ଲାଭ (ପ୍ରତିଶତରେ)

 

ରବି ଋତୁ ୨୦୨୬-୨୭ରେ ଏମଏସପି

ଏମଏସପିରେ ବୃଦ୍ଧି

(ସମ୍ପୂର୍ଣ୍ଣ)

୧

ଗହମ

୨୬୧୦

୧୨୬୪

୧୦୬

୨୫୮୫

୨୫

୨

ଯଅ

୨୨୮୬

୧୪୪୭

୫୮

୨୧୫୦

୧୩୬

୩

ଚଣା

୫୯୫୮

୩୭୫୧

୫୯

୫୮୭୫

୮୩

୪

ମସୁର

୭୩୯୦

୩୮୫୪

୯୨

୭୦୦୦

୩୯୦

୫

ରେପ୍‌ସିଡ୍‌ ଓ ସୋରିଷ

୬୬୧୩

୩୩୬୭

୯୬

୬୨୦୦

୪୧୩

୬

କୁସୁମ

୭୨୧୫

୪୮୧୦

୫୦

୬୫୪୦

୬୭୫

 

 

*ଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି ଯଥା ମାନବ ଶ୍ରମିକ, ବଳଦ/ମେସିନ ଶ୍ରମ, ଲିଜରେ ଦିଆଯାଇଥିବା ଜମି ଲାଗି ପରିଶୋଧ କରାଯାଇଥିବା ଅର୍ଥ, ବିହନ, ସାର, ଜଳସେଚନ ଦେୟ, ଉପକରଣ ଏବଂ କୃଷି କୋଠା ଉପରେ ମୂଲ୍ୟହ୍ରାସ, କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଇତ୍ୟାଦି ।

 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ତଦନୁସାରେ ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆନୁମାନିକ ଲାଭ ଗହମ ପାଇଁ ୧୦୬ ପ୍ରତିଶତ, ରେପସିଡ୍ ଏବଂ ସୋରିଷ ପାଇଁ ୯୬ ପ୍ରତିଶତ, ମସୁର ପାଇଁ ୯୨ ପ୍ରତିଶତ, ଚଣା ପାଇଁ ୫୯ ପ୍ରତିଶତ, ଯଅ ପାଇଁ ୫୮ ପ୍ରତିଶତ ଏବଂ କୁସୁମ ପାଇଁ ୫୦ ପ୍ରତିଶତ ମିଳିବ ବୋଲି ଆଶା କରାଯାଉଛି । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ବୃଦ୍ଧି ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ଉତ୍ସାହିତ କରିବ ।

 

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ସରକାର ଦାନା ଜାତୀୟ ଶସ୍ୟ ବ୍ୟତୀତ ଡାଲି ଓ ତୈଳବୀଜ ଭଳି ଶସ୍ୟ ପାଇଁ ଅଧିକ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ପ୍ରଦାନ କରି ସେଗୁଡ଼ିକର ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ।

 

୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ଗହମ ସଂଗ୍ରହ ପରିମାଣ ୨୨୫୪ ଏଲ୍‌ଏମ୍‌ଟି ଥିବାବେଳେ, ୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ତାହା ବୃଦ୍ଧି ପାଇ ୩୭୧୫ ଏଲ୍‌ଏମ୍‌ଟିରେ ପହଞ୍ଚିଛି । ସେହିପରି, ୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ୬ଟି ରବି ଫସଲର ସଂଗ୍ରହ ପରିମାଣ ୨୩୦୨ ଏଲ୍‌ଏମ୍‌ଟି ଥିବାବେଳେ, ୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ତାହା ବୃଦ୍ଧି ପାଇ ୩୯୨୧ ଏଲ୍‌ଏମ୍‌ଟି ହୋଇଛି ।

 

୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ଗହମ ଚାଷୀଙ୍କୁ ୭.୩୧ ଲକ୍ଷ କୋଟି ଟଙ୍କାର ଏମଏସପି ପ୍ରଦାନ କରାଯାଇଥିଲା । ସେହି ତୁଳନାରେ, ୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ୭.୩୧ ଲକ୍ଷ କୋଟି ଟଙ୍କାର ଏମଏସପି ପ୍ରଦାନ କରାଯାଇଛି । ସେହିପରି, ୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ୬ଟି ରବି ଫସଲ ଚାଷୀଙ୍କୁ ପ୍ରଦାନ କରାଯାଇଥିବା ୨.୬୫ ଲକ୍ଷ କୋଟି ଟଙ୍କାର ଏମଏସପି ଅର୍ଥରାଶି ତୁଳନାରେ, ୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ ୮.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

 

*******

PS/Swadhin/ Manoj

 


(ରିଲିଜ ଆଡି: 2317087) ପରିଦର୍ଶକ କାଉଣ୍ଟର : 6