ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନର ଶୁଭେଚ୍ଛା ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶଙ୍କୁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:58AM by PIB Bhubaneswar

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଆମର ସଂକଳ୍ପ ଅଟଳ ରହିଛି ଏବଂ ଦେଶବାସୀଙ୍କୁ ସବୁ ଦିଗରୁ ସଶକ୍ତ କରିବା ପାଇଁ ଆମେ କୌଣସି ପ୍ରକାରର ପ୍ରୟାସରେ ଅବହେଳା କରୁନାହୁଁ।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

“ଆପଣଙ୍କ ଶୁଭେଚ୍ଛା ପାଇଁ ହୃଦୟରୁ ଧନ୍ୟବାଦ, ହରିବଂଶ ଜୀ। ଜନଜନଙ୍କ ସେବା କରିବାର ଆମର ସଂକଳ୍ପ ଅଟଳ। ଦେଶବାସୀଙ୍କୁ ସବୁ ଦିଗରୁ ସଶକ୍ତ କରିବା ପାଇଁ ଆମର ପ୍ରୟାସରେ ଆମେ କୌଣସି ପ୍ରକାରର କମି ରଖୁନାହୁଁ।”

 

 

*****

MT


(ରିଲିଜ ଆଡି: 2315773) ପରିଦର୍ଶକ କାଉଣ୍ଟର : 35