ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ସମାଜବାଦୀ ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:51AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ସମାଜବାଦୀ ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଲେ ମିନ୍ହ ହୁଙ୍ଗଙ୍କୁ  ସାକ୍ଷାତ କରିଛନ୍ତି।

 

ଭିଏତନାମ ବ୍ରିକ୍ସର ସହଭାଗୀ ଦେଶ ଭାବେ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱାଗତ କରିଥିଲେ। ୨୦୨୬ ମେ’ ମାସରେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ତଥା ଭିଏତନାମ ସମାଜବାଦୀ ଯୁକ୍ତରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ତୋ ଲାମଙ୍କ ଭାରତ ସରକାରୀ ଗସ୍ତ ସମୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ‘ବର୍ଦ୍ଧିତ ବ୍ୟାପକ ରଣନୈତିକ ଭାଗିଦାରୀ’କୁ ଉନ୍ନୀତ କରାଯାଇଥିଲା। ଏହି ବୈଠକରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ। ଏଥିସହିତ, ପାରସ୍ପରିକ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ସହ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

ଭାରତ ଓ ଭିଏତନାମ ମଧ୍ୟରେ ସହଭାଗିତା ସଭ୍ୟତାଗତ ଐତିହ୍ୟ, ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ଉପରେ ଆଧାରିତ ଏକ ଦୀର୍ଘକାଳୀନ ବନ୍ଧୁତ୍ୱ ରହିଆସିଛି। ଭାରତର ‘ଆକ୍ଟ ଇଷ୍ଟ ପଲିସି’ର ଏକ ପ୍ରମୁଖ ସ୍ତମ୍ଭ ଭାବେ ଭିଏତନାମ ରହିଥିବା ସହ ଦକ୍ଷିଣ-ପୂର୍ବ ଏସିଆ ସହ ଭାରତର ବ୍ୟାପକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଅଟେ।

*****

MT

 


(ରିଲିଜ ଆଡି: 2315759) ପରିଦର୍ଶକ କାଉଣ୍ଟର : 11