ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମିଳିତ ଜାତିସଂଘ ମହାସଚିବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 SEP 2026 9:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମିଳିତ ଜାତିସଂଘର ମହାସଚିବ ଶ୍ରୀ ଆଣ୍ଟୋନିଓ ଗୁଟେରସଙ୍କ ସହ ସାକ୍ଷାତ କରିଛନ୍ତି ।

ଚତୁର୍ଥ ଥର ପାଇଁ ଭାରତ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁଟେରସ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ନେତା ବହୁଧ୍ରୁବୀୟତାର ଗୁରୁତ୍ୱ ଏବଂ ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପାକ୍ଷିକ ପ୍ରତିଷ୍ଠାନଗୁଡିକରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ସେମାନେ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି, ଯେଉଁଥିରେ ଚାଲିଥିବା ସଂଘର୍ଷ ଏବଂ ନୌଚାଳନା ସ୍ୱାଧୀନତା, ସ୍ଥାୟୀ ବିକାଶ, ମାନବ-କୈନ୍ଦ୍ରିକ ଏଆଇ, ନବୀକରଣ ଶକ୍ତିରେ ପ୍ରଗତି ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମୋଦୀ ୟୁଏନ୍‌ଏସ୍‌ଜି ଗୁଟେରସଙ୍କୁ ତାଙ୍କ କାର୍ଯ୍ୟକାଳର ଅବଶିଷ୍ଟ ସମୟ ପାଇଁ ଶୁଭକାମନା ଜଣାଇଛନ୍ତି ।

 

 

SR

 

 


(ରିଲିଜ ଆଡି: 2309626) ପରିଦର୍ଶକ କାଉଣ୍ଟର : 3