ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ବନ୍ୟାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:30AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ନେପାଳରେ ବନ୍ୟା ଯୋଗୁଁ ଘଟିଥିବା ଜୀବନହାନି ପାଇଁ ସମବେଦନା ଜଣାଇଛନ୍ତି। ଏହି କଠିନ ସମୟରେ ଭାରତୀୟ ଲୋକେ ନେପାଳର ଭାଇଭଉଣୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

 

ନେପାଳକୁ ଯଥାସମ୍ଭବ ସମସ୍ତ ମାନବୀୟ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଥିବା ସେ ପୁନର୍ବାର କହିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଭାରତୀୟ ଟିମ୍‌ ନେପାଳ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ସମନ୍ୱୟ ରଖିଛନ୍ତି।

 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:

 

“ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ନେପାଳରେ ବନ୍ୟା ଯୋଗୁଁ ଘଟିଥିବା ଜୀବନହାନି ପାଇଁ ସମବେଦନା ଜଣାଇଲି। ଏହି କଠିନ ସମୟରେ ଭାରତୀୟ ଲୋକେ ନେପାଳର ଭାଇଭଉଣୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି।

 

ନେପାଳକୁ ଯଥାସମ୍ଭବ ସମସ୍ତ ମାନବୀୟ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଆମ ଟିମ୍‌ଗୁଡ଼ିକ ଘନିଷ୍ଠ ସମନ୍ୱୟ ରଖିଛନ୍ତି।”

 

@PM_nepal_

 

@ShahBalen

 

 

 

 

*****

MT


(ରିଲିଜ ଆଡି: 2306198) ପରିଦର୍ଶକ କାଉଣ୍ଟର : 10