ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୃତ୍ରିମ ବୁଦ୍ଧିମତ୍ତା ( ଏ ଆଇ ) କ୍ଷେତ୍ରରେ ସହଯୋଗ ଉପରେ ଭାରତ-ଜାପାନର ମିଳିତ ବିବୃତ୍ତି
प्रविष्टि तिथि:
02 JUL 2026 9:55PM by PIB Bhubaneswar
ଭାରତ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ କୃତ୍ରିମ ବୁଦ୍ଧିମତ୍ତା ( ଏ ଆଇ ) ଏକ ଏମିତି ମହତ୍ତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଯାହା ଅର୍ଥନୀତି, ସମାଜ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଏବଂ ବ୍ୟବସାୟ , ଶାସନ ଏବଂ ସୁରକ୍ଷାକୁ ପରିବର୍ତ୍ତନ କରୁଛି। ସେମାନେ ସ୍ୱୀକାର କରିଛନ୍ତି ଯେ ଏ ଆଇ ର ଡିଜାଇନ୍, ବିକାଶ, ନିୟୋଜନ ଏବଂ ଶାସନ କ୍ଷେତ୍ରରେ ଆଜି ନିଆଯାଉଥିବା ନବସୃଜନ, ସାମାଜିକ କଲ୍ୟାଣ, ଅର୍ଥନୈତିକ ସୁରକ୍ଷା ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ। ଏହି ବୁଝାମଣା ଉପରେ ଆଧାର କରି , ସେମାନେ ଏ ଆଇ କ୍ଷେତ୍ରରେ ଉଭୟ ଦେଶର ଶକ୍ତି ଏବଂ ପ୍ରତିଯୋଗିତାମୂଳକତାକୁ ବୃଦ୍ଧି କରିବା ପାଇଁ ଏବଂ ନବସୃଜନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗକୁ ଆଗକୁ ବଢାଇବାକୁ ସହମତ ହୋଇଛନ୍ତି, ଯାହାଦ୍ବାରା ଏକ ସୁରକ୍ଷିତ , ବିଶ୍ୱସନୀୟ , ଅନ୍ତର୍ଭୁକ୍ତ , ମାନବ-କେନ୍ଦ୍ରିକ, ସ୍ଥାୟୀ, ଉତ୍ତରଦାୟୀ ଏବଂ ନବସୃଜନ-କେନ୍ଦ୍ରିକ ଏ ଆଇ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ ବୋଲି ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ।
ଦୁଇ ନେତା ଅନ୍ତର୍ଜାତୀୟ ବ୍ୟବସ୍ଥାରେ ହେଉଥିବା ସାଂରଚନିକ ପରିବର୍ତ୍ତନ ସହିତ ଖାପ ଖୁଆଇବାର ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି। ସେମାନେ ଭାରତର “ମହାସାଗର”ଏବଂ ଜାପାନର ଅଦ୍ୟତନ "ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗର (ଏଫ୍ ଓ ଆଇ ପି )" ସହିତ ସମନ୍ୱୟ ରଖି ସ୍ଥିର ଏବଂ ଅଭିବୃଦ୍ଧି-ମୁଖୀ ଅର୍ଥନୈତିକ ଇକୋସିଷ୍ଟମ ନିର୍ମାଣ ପାଇଁ ସହଯୋଗ କରିବାକୁ ସହମତ ହୋଇଛନ୍ତି। ଏହି ଲକ୍ଷ୍ୟରେ, ସେମାନେ ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣରେ ସ୍ଥିର ଏବଂ ଅନ୍ତର୍ଭୁକ୍ତ ଏ ଆଇ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସମାନ ମନୋଭାବ ଥିବା ଦେଶ ଏବଂ ଅଂଶୀଦାରମାନଙ୍କ ସହିତ ମିଳିତ ଭାବରେ ଭାରତ ଏବଂ ଜାପାନ ମଧ୍ୟରେ ଏ ଆଇ ସହଯୋଗକୁ ସୁଦୃଢ଼ କରିବାକୁ ସଂକଳ୍ପ ନେଇଛନ୍ତି ।
ଦୁଇ ନେତା ଗୁରୁତ୍ବାରୋପ କରିଥିଲେ ଯେ, ଏ ଆଇ ର ସ୍ଥାୟୀ ବିକାଶ ପାଇଁ, ଏ ଆଇ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ପ୍ରୟୋଗ ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହିତ କରିବା, ସମ୍ପୃକ୍ତ ବିପଦକୁ ଉପଯୁକ୍ତ ଭାବରେ ହ୍ରାସ କରିବା ଏବଂ ଏକ ସ୍ଥିର, ବିବିଧ ଏବଂ ବିଶ୍ୱସନୀୟ ଏ ଆଇ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଏଆଇର ସ୍ଥାୟୀ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ, ସେମାନେ ନୂଆଦିଲ୍ଲୀ ଏ ଆଇ ପ୍ରଭାବ ସମ୍ମିଳନୀର ଆଲୋଚନା ଏବଂ ଫଳାଫଳକୁ ସ୍ୱାଗତ କରିଥିଲେ ।
"ଜାପାନ-ଭାରତ ଏଆଇ ସହଯୋଗ ପଦକ୍ଷେପ (ଜେ ଏ ଆଇ )" ଅନ୍ତର୍ଗତ ଅଗ୍ରଗତିକୁ ଦୁଇ ନେତା ସ୍ୱୀକାର କରିଛନ୍ତି ଏବଂ ବିଶେଷକରି ଏପ୍ରିଲ 2026ରେ ଆୟୋଜିତ ପ୍ରଥମ ଭାରତ ଏବଂ ଜାପାନ ଏ ଆଇ ରଣନୈତିକ ଆଲୋଚନାକୁ ସ୍ୱାଗତ କରିଛନ୍ତି। ସେମାନେ ନିୟମିତ ଭାବରେ ଭାରତ ଏବଂ ଜାପାନ ଏଆଇ ରଣନୈତିକ ଆଲୋଚନା ଜାରି ରଖିବା ପାଇଁ ସହମତ ହୋଇଥିଲେ , ଯେଉଁଥିରେ ଉପଯୁକ୍ତ ପ୍ରାସଙ୍ଗିକତା ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି, ଯାହା ଦ୍ୱାରା ଏଆଇ ସୁଯୋଗ ଏବଂ ଚ୍ୟାଲେଞ୍ଜ ବିଷୟରେ ସାଧାରଣ ବୁଝାମଣାକୁ ଆହୁରୀ ଗଭୀର କରିବା ପାଇଁ ଏବଂ ନିମ୍ନଲିଖିତ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକରେ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣକୁ ବ୍ୟବହାରିକ ଫଳାଫଳରେ ପରିବର୍ତ୍ତନ କରିବା ପାଇଁ ପ୍ରାସଙ୍ଗିକ ହିତଧାରକଙ୍କୁ ସାମିଲ କରିବା ପାଇଁ ନିୟମିତ ଭାବରେ ଭାରତ ଏବଂ ଜାପାନ ଏ ଆଇ ରଣନୀତିକ ସମ୍ବାଦ ଜାରି ରଖିବା ଉପରେ ସହମତି ପ୍ରକାଶ କରିଥିଲେ :
। . ଆନ୍ତର୍ଜାତୀୟ ଏଆଇ ଶାସନ, ସୁରକ୍ଷା ଏବଂ ସାଇବର ସୁରକ୍ଷା
ଦୁଇ ନେତା ନିରାପଦ, ଭରସାଯୁକ୍ତ ,ବିଶ୍ୱସନୀୟ , ଦୃଢ଼ ଏବଂ ସମାବେଶୀ ଏ ଆଇ ଉପରେ ଧ୍ୟାନ ଦେଉଥିବାଏକ ଆନ୍ତର୍ଜାତୀୟ ଶାସନ ଢାଞ୍ଚାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ପୁନଃ ଦୋହରାଇଛନ୍ତି । ଏହି ଢାଞ୍ଚା ଜାତୀୟ ଆଇନ, ପ୍ରାଥମିକତା ଏବଂ ସନ୍ଦର୍ଭକୁ ସମ୍ମାନ ଦେଇ ଦାୟିତ୍ୱପୂର୍ଣ୍ଣ ନବସୃଜନକୁ ସମର୍ଥନ କରିବା ଉଚିତ୍ । ସେମାନେ ଗୁରୁତ୍ୱାରୋପ କରିଥିଲେ ଯେ ଏ ଆଇ ଶାସନ ବିପଦ-ମୁକ୍ତ , ଅଂଶଗ୍ରହଣକାରୀ, ସୂଚନାପ୍ରଦ, ନିରପେକ୍ଷ , ଆନ୍ତଃକାର୍ଯ୍ୟକ୍ଷମ ଏବଂ ଅନୁକୂଳନଶୀଳ ହେବା ଉଚିତ। ଏହି ପରିପ୍ରେକ୍ଷୀରେ, ସେମାନେ ହିରୋସିମା ଏ ଆଇ ପ୍ରକ୍ରିୟା (ଏଚ୍ ଏ ଆଇ ପି) ର ଗୁରୁତ୍ୱକୁ ଦୋହରାଇଛନ୍ତି, ଯେଉଁଥିରେ ଏହାର ଆନ୍ତର୍ଜାତୀୟ ମାର୍ଗଦର୍ଶିକା ନୀତି ଏବଂ ଉନ୍ନତ ଏ ଆଇ ପ୍ରଣାଳୀ ପାଇଁ ଆଚରଣ ସଂହିତା ଅନ୍ତର୍ଭୁକ୍ତ। ସେମାନେ ନିରାପଦ ଏବଂ ବିଶ୍ୱସ୍ତ ଏ ଆଇ କାର୍ଯ୍ୟ ଗୋଷ୍ଠୀ ଦ୍ୱାରା ଭାରତ ଏ ଆଇ ପ୍ରଭାବ ଶିଖର ସମ୍ମିଳନୀ ସମୟରେ ପ୍ରସ୍ତୁତ ଏ ଆଇ ଶାସନ ଉପରେ ମାର୍ଗଦର୍ଶିକାରେ ଥିବା ନୀତିଗୁଡ଼ିକୁ ମଧ୍ୟ ଆଲୋକପାତ କରିଥିଲେ। ସେମାନେ ଜି ୨୦ , ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ (ଓ ଇ ସି ଡ଼ି ), ଏ ଆଇ ଉପରେ ବିଶ୍ୱ ସହଭାଗୀତା (ଜି ପି ଏ ଆଇ ) ଏବଂ ଜାତିସଂଘ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଦୁଇ ଦେଶ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହି ସମ୍ପର୍କରେ ଏ ଆଇ ଶାସନ ଉପରେ ପ୍ରଥମ ଜାତିସଂଘ ବିଶ୍ବ ଆଲୋଚନାକୁ ସ୍ୱାଗତ କରିଥିଲେ। ସେମାନେ ହିରୋସିମା ଏ ଆଇ ପ୍ରକ୍ରିୟା ବନ୍ଧୁ ଗୋଷ୍ଠୀ ଏବଂ ଅଂଶୀଦାର ସମ୍ପ୍ରଦାୟ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।- ଯେଉଁଥିରେ ଗ୍ଲୋବାଲ୍ ଦକ୍ଷିଣ ଏବଂ ଘରୋଇ କ୍ଷେତ୍ରର ଅଧିକ ଅଂଶଗ୍ରହଣ ଅନ୍ତର୍ଭୁକ୍ତ - ଏବଂ ହିରୋସିମା ଏ ଆଇ ପ୍ରକ୍ରିୟା ବନ୍ଧୁ ଗୋଷ୍ଠୀ କାର୍ଯ୍ୟ ଯୋଜନା ୨୦୨୬ର କାର୍ଯ୍ୟାନ୍ବୟନକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶୃତି ଦେଇଥିଲେ।
ଦୁଇ ନେତା ଏ ଆଇ ମଡେଲ୍ ମୂଲ୍ୟାଙ୍କନ, କ୍ଷମତା ମୂଲ୍ୟାଙ୍କନ, ନିର୍ଦ୍ଦେଶାବଳୀ, ଉପକରଣ ଏବଂ ମାନଦଣ୍ଡ ସମେତ ଏହାର ପୂର୍ଣ୍ଣ ଜୀବନଚକ୍ରରେ ଏ ଆଇ ର ନିରାପଦ ଡିଜାଇନ୍, ବିକାଶ, ନିୟୋଜନ ଏବଂ ବ୍ୟବହାର ଉପରେ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ସଂବନ୍ଧିତ ପ୍ରତିଷ୍ଠାନଗୁଡ଼ିକୁ ଟ୍ରଷ୍ଟେଡ୍ ଏ ଆଇ କମନ୍ସ ମାଧ୍ୟମରେ ସହଯୋଗ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଛନ୍ତି, ଯାହା ଭାରତ ଏ ଆଇ ପ୍ରଭାବ ସମ୍ମିଳନୀ ସମୟରେ ଏକ ସହଯୋଗୀ ପ୍ଲାଟଫର୍ମ ଭାବରେ ଘୋଷଣା କରାଯାଇଥିଲା ଯାହାକି ବୈଷୟିକ ସମ୍ବଳ, ଉପକରଣ, ମାନଦଣ୍ଡ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ଏକୀକୃତ କରିବାକୁ ଥିବା ଏକ ସହଯୋଗୀ ମଂଚ ଭାବରେ କରାଯାଇଥିଲା।
ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ଅତ୍ୟାଧୁନିକ ଏ ଆଇ ମଡେଲ୍ ଗୁଡ଼ିକରେ ଉନ୍ନତ ସାଇବର କ୍ଷମତା ଅଛି, ଯାହା ପ୍ରତିରକ୍ଷାକାରୀଙ୍କୁ ମଜବୁତ କରିପାରିବ ଏହାସହିତ ଅପବ୍ୟବହାରର ବିପଦ ମଧ୍ୟ ସୃଷ୍ଟି କରିପାରିବ। ସାଇବରସ୍ପେସ୍ ଏକ ବିଶ୍ୱବ୍ୟାପୀ ଜନସାଧାରଣଙ୍କ ମଙ୍ଗଳ ବୋଲି ଭାବି , ସେମାନେ ଏହି କଥା ଉପରେ ଗୁରୁତ୍ତ୍ବ ଦେଇ କହିଛନ୍ତି ଯେ ଏପରି ବ୍ୟବସ୍ଥାର ମୂଲ୍ୟାଙ୍କନ, ନିୟନ୍ତ୍ରିତ ରିଲିଜ୍ ଏବଂ ବିଶ୍ୱସ୍ତ ପ୍ରବେଶ ପାଇଁ ବ୍ୟବସ୍ଥା ବିପଦ-ଭିତ୍ତିକ ଏବଂ ଦାୟୀ ଅଂଶୀଦାରଙ୍କ ବୈଧ ସାଇବର-ପ୍ରତିରକ୍ଷା ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଉଚିତ। ସେମାନେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରତି ବିଶେଷ ଧ୍ୟାନ ଦେଇ ଏ ଆଇ -ସକ୍ଷମ ସାଇବର ସୁରକ୍ଷା ଏବଂ ଏ ଆଇ ସିଷ୍ଟମର ସୁରକ୍ଷା ଉପରେ ସହଯୋଗକୁ ସୁଦୃଢ଼ କରିବାକୁ ବିଶେଷ ଭାବରେ ନିଷ୍ପତ୍ତି ନେଇଛନ୍ତି।
ଉଭୟ ନେତା ଏ ଆଇ ର ବିକଶିତ ଏବଂ ନିୟୋଜିତ ହେଉଥିବା ସମୟରେ ପିଲାମାନଙ୍କ ସୁରକ୍ଷାକୁ ସୁରକ୍ଷା ଦେବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସହମତ ହୋଇଥିଲେ ଯେ ଏ ଆଇ କ୍ଷତିର ଉତ୍ସ ନୁହେଁ ବରଂ ପିଲାମାନଙ୍କ ପାଇଁ ଶିକ୍ଷା ଏବଂ ଅଭିବୃଦ୍ଧିର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ ତାହା ନିଶ୍ଚିତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ଡିଜାଇନ୍, ଶାସନ ଏବଂ ବିପଦ-ଭିତ୍ତିକ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ।
॥ . ଭିତ୍ତିଭୂମିର ବିକାଶ, ମଡେଲର ବିକାଶ ଏବଂ ମାନବ ସମ୍ବଳ ବିନିମୟ ତଥା ସମାଧାନକୁ ମିଳିତ ଭାବେ ପ୍ରସ୍ତୁତ କରିବା
ଦୁଇ ନେତା ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଏ ଆଇ ଇକୋସିଷ୍ଟମ ଗଠନର ଗୁରୁତ୍ୱକୁ ପୁନଃ ଦୋହରାଇଛନ୍ତି ଯେଉଁଥିରେ ଇଣ୍ଡୋ-ପ୍ରଶାନ୍ତ ମହାସାଗର ସମେତ ଏ ଆଇ ପ୍ରଯୁକ୍ତିବିଦ୍ୟା ଷ୍ଟେକର ସ୍ଥିରତା , ବିବିଧ ଏବଂ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଦ୍ୱାରା ଆଧାରିତ ହୋଇଥିବ। ଏହି ପରିପ୍ରେକ୍ଷୀରେ, ସେମାନେ ଏ ଆଇ କ୍ଷେତ୍ରରେ ଭାରତ ଏବଂ ଜାପାନକୁ ରଣନୈତିକ ଗବେଷଣା ଏବଂ ବିକାଶର ଅଂଶୀଦାର ଭାବରେ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏ ଆଇ ପାଇଁ ସୁରକ୍ଷିତ ଡିଜିଟାଲ ଭିତ୍ତିଭୂମି ଉପରେ ସହଯୋଗକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ଡାଟା ସେଣ୍ଟର, ଜି ପି ୟୁ ଏବଂ ଅନ୍ୟାନ୍ୟ କମ୍ପ୍ୟୁଟ୍ ସମ୍ବଳ ଏବଂ ସେମିକଣ୍ଡକ୍ଟର ଅନ୍ତର୍ଭୁକ୍ତ, ଏବଂ ଆର୍ଥିକ-ସୁରକ୍ଷା ଦୃଷ୍ଟିକୋଣରୁ ଏ ଆଇ ପ୍ରଯୁକ୍ତିବିଦ୍ୟା ଷ୍ଟେକରେ ସମ୍ଭାବ୍ୟ ସୁଯୋଗ ଏବଂ ଦୁର୍ବଳତାକୁ ମିଳିତ ଭାବରେ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଡିଜିଟାଲ ସଂଯୋଗୀକରଣ ଏବଂ ସ୍ଥିର ଏ ଆଇ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ଏଫ୍ ଓ ଆଇ ପି ଡିଜିଟାଲ କରିଡର ପଦକ୍ଷେପକୁ ଆଗକୁ ବଢାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଦୁଇ ନେତା ଦୃଢ , ନବସୃଜନଶୀଳ ଏବଂ ଦକ୍ଷ ଏ ଆଇ ଉପରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ଭାରତ ଏ ଆଇ ପ୍ରଭାବ ଶିଖର ସମ୍ମିଳନୀରେ ଆଲୋଚନା ପାଇଁ କରାଯାଇଥିବା ଦୃଢ,ନବସୃଜନଶୀଳ ଏବଂ ଦକ୍ଷ ଏ ଆଇ ପାଇଁ ସ୍ବେଚ୍ଛାକୃତ ମାର୍ଗଦର୍ଶିକା ନୀତି ଏବଂ ଦୃଢ ଏଆଇ ଭିତ୍ତିଭୂମିକୁ ଆଗକୁ ବଢାଇବା ପାଇଁ ପ୍ଲେବୁକ୍ ଉପରେ ବିଚାର କରିଥିଲେ। ଏଥିରେ ଦକ୍ଷ ମଡେଲ, ଅପ୍ଟିମାଇଜ୍ଡ ଇନଫରେନସ୍, ଶକ୍ତି-ଦକ୍ଷ କମ୍ପ୍ୟୁଟ୍ ଏବଂ ସବୁଜ, ସୁରକ୍ଷିତ ଡାଟା ଭିତ୍ତିଭୂମି ଉପରେ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ ।
ଦୁଇ ନେତା ବହୁଭାଷୀ, ମୁକ୍ତ-ଉତ୍ସ, ଡୋମେନ୍ ନିର୍ଦ୍ଦିଷ୍ଟ ଏବଂ ଭୂଲମ୍ବ ଏ ଆଇ ମଡେଲଗୁଡ଼ିକ ଉପରେ ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ, ଯେଉଁଥିରେ ସ୍ଥାନୀୟ ଭାଷା ଏବଂ ଜନସ୍ୱାର୍ଥ ପ୍ରୟୋଗ ପାଇଁ ମଡେଲ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ, ଦୁଇ ନେତା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଏଥିରେ ବୃହତ ଭାଷା ମଡେଲ (ଏଲ୍ ଏଲ୍ ଏମ୍ ) ର ମିଳିତ ଗବେଷଣା ଏବଂ ବିକାଶ ପାଇଁ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ବମ୍ବେ, ଭାରତ ଜେନ୍ ପ୍ରଯୁକ୍ତି ଫାଉଣ୍ଡେସନ୍ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେଟିକ୍ସ ( ଏନ୍ ଆଇ ଆଇ /ଆର୍ ଓ ଆଇ ଏସ୍ ) ମଧ୍ୟରେ ଏକ ବୁଝାମଣାପତ୍ର ( ଏମ୍ ଓ ୟୁ ); ସମ୍ପୂର୍ଣ୍ଣ ଏ ଆଇ ପ୍ରଯୁକ୍ତି ଷ୍ଟେକରେ ସହଯୋଗ କରିବା ପାଇଁ ସର୍ବମ ଏବଂ ପସନ୍ଦିତ ନେଟୱାର୍କ ମଧ୍ୟରେ ଏକ ବୁଝାମଣାପତ୍ର; ଏବଂ ଉଭୟ ଦେଶର ଏ ଆଇ ବିକାଶ କମ୍ପାନୀଗୁଡ଼ିକୁ ସମର୍ଥନ କରିବା ପାଇଁ ଭାରତ ଏ ଆଇ ଏବଂ ଏମ୍ ଇ ଟି ଆଇ (ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ) ମଧ୍ୟରେ ଏକ ସହଯୋଗପତ୍ର ( ଏମ୍ ଓ ସି ) ଅନ୍ତର୍ଭୁକ୍ତ।
ଦୁଇ ନେତା ଏ ଆଇ-ଆଧାରିତ ବୈଜ୍ଞାନିକ ଅନୁସଂଧାନ ଏବଂ ଆଧୁନିକ ଗବେଷଣାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ ଏବଂ ଭାରତ ଏ ଆଇ ପ୍ରଭାବ ସମ୍ମିଳନୀ ସମୟରେ ପ୍ରତିଷ୍ଠିତ ନେଟୱାର୍କ ଅଫ୍ ସାଇନ୍ସ ( ଏ ଆଇ ୪ଏସ୍ ) ପ୍ରତିଷ୍ଠାନ ଅଧୀନରେ ଏହି କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଷ୍ଠାନଗୁଡ଼ିକୁ ଉତ୍ସାହିତ କରିଥିଲେ।
ଦୁଇ ନେତା ମିଳିତ ଗବେଷଣା ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ଗବେଷକଙ୍କ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣା ସହଯୋଗକୁ ଗଭୀର କରିବାର ରଣନୈତିକ ଗୁରୁତ୍ୱକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ, ଦୁଇ ନେତା ସେମିକଣ୍ଡକ୍ଟର ଠାରୁ ସମଗ୍ର ଏ ଆଇ ଷ୍ଟେକରେ ପ୍ରୟୋଗ ପର୍ଯ୍ୟନ୍ତ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ମାଧ୍ୟମରେ ମାନବ ସମ୍ବଳ ଆଦାନପ୍ରଦାନ କରି ଉଭୟ ଦେଶର ଶିଳ୍ପ ପ୍ରତିଯୋଗିତାକୁ ଆହୁରି ମଜବୁତ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି। ଭାରତର ଶକ୍ତିଶାଳୀ ଏ ଆଇ ମାନବ ପୁଞ୍ଜିକୁ ଘନିଷ୍ଠ ସହଯୋଗର ଏକ ଭିତ୍ତିଭୂମି ଭାବରେ ସ୍ୱୀକାର କରି, ସେମାନେ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଭା ସହିତ ଜାପାନୀ କମ୍ପାନୀଗୁଡ଼ିକର ବର୍ଦ୍ଧିତ ସମ୍ପର୍କକୁ ସ୍ୱାଗତ କରିଛନ୍ତି। ଜାପାନୀ କମ୍ପାନୀଗୁଡ଼ିକ ଏବଂ ଭାରତର ଏ ଆଇ ପ୍ରତିଭା ଇକୋସିଷ୍ଟମ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା ପାଇଁ ମିଳିତ ଗବେଷଣା, ଇଣ୍ଟର୍ନସିପ୍, ନିଯୁକ୍ତି ସୁଯୋଗ ଏବଂ ଅନ୍ୟାନ୍ୟ ମାର୍ଗ ମାଧ୍ୟମରେ ଜାପାନକୁ ଭାରତୀୟ ପ୍ରତିଭାଙ୍କ ବୃତ୍ତିଗତ ବିକାଶ ଏବଂ ଗତିଶୀଳତାକୁ ସମର୍ଥନ କରିବା ସହିତ, ଭାରତରେ ଏ ଆଇ -ସମ୍ବନ୍ଧୀୟ ଆର୍ ଏବଂ ଡ଼ି , ନବସୃଜନ ଏବଂ ଶିଳ୍ପ ସହଭାଗୀତାକୁ ବିସ୍ତାର କରିବା ପାଇଁ ଜାପାନୀ କମ୍ପାନୀଗୁଡ଼ିକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଜାନୁଆରୀ ୨୦୨୬ ରେ ଭାରତ - ଜାପାନ ବୈଦେଶିକ ମନ୍ତ୍ରୀଙ୍କ ରଣନୈତିକ ଆଲୋଚନାରେ ସ୍ଥିର କରାଯାଇଥିବା ଲକ୍ଷ୍ୟକୁ ପୁଣି ଥରେ ଦୋହରାଇଛନ୍ତି, ଯାହା ୨୦୩୦ ସୁଦ୍ଧା ଭାରତରୁ ଜାପାନକୁ ୫୦୦ ଉଚ୍ଚ ଦକ୍ଷ ଏ ଆଇ ବୃତ୍ତିଗତଙ୍କୁ ଆମନ୍ତ୍ରଣ କରିବ ଏବଂ ମିଳିତ ଗବେଷଣାକୁ ପ୍ରୋତ୍ସାହିତ କରିବା।
ଦୁଇ ନେତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ମାନବ ପୁଞ୍ଜି ହେଉଛି ଏ ଆଇ ର ଦାୟିତ୍ୱପୂର୍ଣ୍ଣ ବିକାଶ, ନିୟୋଜନ ଏବଂ ଶାସନ ପାଇଁ କେନ୍ଦ୍ରବିନ୍ଦୁ। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତ ଏ ଆଇ ପ୍ରଭାବ ସମ୍ମିଳନୀ ସମୟରେ ପ୍ରଣୀତ ଏ ଆଇ ଯୁଗରେ ଦକ୍ଷତା ଏବଂ ପୁନଃ ଦକ୍ଷତା ପାଇଁ ସ୍ୱେଚ୍ଛାକୃତ ମାର୍ଗଦର୍ଶିକା ନୀତିଗୁଡ଼ିକର ଉପଯୋଗିତା ଉପରେ ଆଲୋକପାତ କରିଥିଲେ।
ଦୁଇ ନେତା ଉଭୟ ଦେଶର ରଣନୈତିକ, ଅର୍ଥନୈତିକ ଏବଂ ସାମାଜିକ ପ୍ରାଥମିକତାକୁ ସମ୍ବୋଧିତ କରିବା ପାଇଁ ଏ ଆଇ ସମାଧାନର ସହ-ନିର୍ମାଣର ଗୁରୁତ୍ୱକୁ ପୁନରାବୃତି କରିଥିଲେ ଏବଂ ସରକାରୀ-ବେସରକାରୀ ସହଭାଗୀତା ମାଧ୍ୟମରେ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ସହମତ ହୋଇଥିଲେ। ସେମାନେ ଉଭୟ ଦେଶର କର୍ପୋରେସନ, ଷ୍ଟାର୍ଟଅପ୍, ଗବେଷଣା ପ୍ରତିଷ୍ଠାନ, ନିବେଶକ ଏବଂ ସରକାରୀ ଏଜେନ୍ସିଗୁଡ଼ିକୁ ଠୋସ୍ ସମସ୍ୟା ଗୁଡ଼ିକୁ ଚିହ୍ନଟ କରିବାକୁ ଉପର ସ୍ତରରେ ଲାଗୁ କରାଯିବାକୁ ଥିବା ଏ ଆଇ ସମାଧାନ ସହ-ବିକଶିତ କରିବାକୁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ସଫଳ ଏ ଆଇ ସଫଳ ସମାଧାନ ଗ୍ରହଣ , ପ୍ରତିକୃତି ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରିବାପାଇଁ ଗ୍ଲୋବାଲ୍ ଏ ଆଇ ଇମ୍ପାକ୍ଟ କମନ୍ସକୁ ବ୍ୟବହାର କରିବାକୁ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଥିଲେ।
III. ସମସ୍ତଙ୍କ ପାଇଁ ଏ ଆଇ
ଉଭୟ ନେତା “ ଭାରତ ଏ ଆଇ ଇମ୍ପାକ୍ଟ ସମ୍ମିଳନୀରେ” ଗୃହୀତ 'ନୂଆଦିଲ୍ଲୀ ଘୋଷଣାପତ୍ର'ରେ କୁହାଯାଇଛି ଦ୍ୱାରା 'ସମସ୍ତଙ୍କ ପାଇଁ ଏ ଆଇ ' ର ଦୃଷ୍ଟିକୋଣକୁ ସ୍ୱାଗତ କରିଥିଲେ । ସମସ୍ତ ମାନବଜାତିକୁ ଲାଭ ପହଞ୍ଚାଇବା, ଅନ୍ତର୍ଭୁକ୍ତି ଏବଂ ସ୍ଥାୟୀ ବିକାଶ ପାଇଁ ଏବଂ ସାର୍ବଜନୀନ ସେବା ବିତରଣକୁ ଉନ୍ନତ କରିବା ପାଇଁ ଏ ଆଇ ଲକ୍ଷ୍ୟ ରଖିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଯୋହରାଇଥିଲେ।
ଦୁଇ ନେତା ଜାତୀୟ ଆଇନ, ପ୍ରାଥମିକତା ଏବଂ ସନ୍ଦର୍ଭକୁ ସମ୍ମାନ ଦେଇ ଏ ଆଇ କ୍ଷମତା ନିର୍ମାଣ, ବୈଷୟିକ ସହାୟତା, ଜ୍ଞାନ ବଣ୍ଟନ ଏବଂ ବ୍ୟବହାର-ପ୍ରକୀୟାକୁ ଦୋହରାଇବାରେ ସମର୍ଥନ କରିବା ପାଇଁ ସମାନ ମନୋଭାବ ଥିବା ଦେଶ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଦେଶ ସହମତ ପ୍ରକାଶ କରିଥିଲେ ଯେ ସୁରକ୍ଷିତ, ନିରାପଦ, ସମାବେଶୀ, ସ୍ଥାୟୀ , ସ୍ଥିର ଏବଂ ବିଶ୍ୱସ୍ତ ଏ ଆଇ ଇକୋସିଷ୍ଟମକୁ ମିଳିତ ଭାବେ ନିର୍ମାଣ କରିବା ପାଇଁ ତୃତୀୟ ଦେଶ ଏବଂ ବହୁ-ହିତଧାରକ ଅଂଶୀଦାରଙ୍କ ବୁଝମଣା ସହିତ ସହଯୋଗକୁ ମଜବୁତ୍ କରିବା ବହୁତ ଜରୁରୀ ଅଟେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ସାନାଏଙ୍କ ଏହି ଘୋଷଣାର ସ୍ୱାଗତ ଏବଂ ସମର୍ଥନ କରିଥିଲେ ଯେ ଜାପାନ ଯଥାଶୀଘ୍ର ଏ ଆଇ ଶିଖର ସମ୍ମିଳନୀର ଆୟୋଜନ କରିବ ।
***
NS
(रिलीज़ आईडी: 2300728)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam