ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଡେକାଥ୍ଲୋନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ତେଜସ୍ୱିନ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
01 AUG 2026 8:43AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଡେକାଥ୍ଲନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ତେଜସ୍ୱିନ୍ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତେଜସ୍ୱିନ ଶଙ୍କର ସମସ୍ତ ଦଶଟି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ଶ୍ରୀ ମୋଦୀ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ବର୍ଷଗୁଡ଼ିକରେ ତାଙ୍କର ନିରନ୍ତର ସଫଳତା କାମନା କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
"ଭାରତୀୟ କ୍ରୀଡ଼ାବିତମାନେ ଇତିହାସ ସୃଷ୍ଟି କରିବା ଏବଂ ଆମ ଦେଶକୁ ଗର୍ବିତ କରିବା ଜାରି ରଖିଛନ୍ତି!
ଗ୍ଲାସଗୋ ରାଜ୍ୟଗୋଷ୍ଠି କ୍ରୀଡାରେ ପୁରୁଷ ଡେକାଥ୍ଲନ୍ ଇଭେଣ୍ଟରେ ତେଜସ୍ୱିନ୍ ଶଙ୍କର ବ୍ରୋଞ୍ଜ ଜିତିଛନ୍ତି। ସେ ୧୦ଟି ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କୁ ଅଭିନନ୍ଦନ। ସେ ଉଜ୍ଜ୍ୱଳ ହୋଇ ରହନ୍ତୁ। ମୋର ଶୁଭେଚ୍ଛା।
#CWG2026”
HS
(रिलीज़ आईडी: 2293873)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
Telugu
,
Kannada
,
Assamese
,
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Malayalam