ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିକ୍ରମ-୧ର ସଫଳ ଉତକ୍ଷେପଣ ପାଇଁ ସ୍କାଏରୁଟ୍ ଏରୋସ୍ପେସର ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 JUL 2026 1:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍କାଇରୁଟ୍ ଏରୋସ୍ପେସ୍‌ର ଦଳ ସହ କଥା ହୋଇ ବିକ୍ରମ-୧ର ସଫଳ ଉତ୍‌କ୍ଷେପଣ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତର ମହାକାଶ ଯାତ୍ରାରେ ଏକ ଐତିହାସିକ ଏବଂ ନିର୍ଣ୍ଣାୟକ ମୁହୂର୍ତ୍ତ। ବେସରକାରୀ କ୍ଷେତ୍ରର ବୃଦ୍ଧିଶୀଳ ଅଂଶଗ୍ରହଣ ନୂତନ ଦିଗନ୍ତ ଉନ୍ମୋଚନ କରିବା ସହ ନବସୃଜନକୁ ତ୍ୱରାନ୍ୱିତ କରୁଛି।

 

ସେ କହିଛନ୍ତି, “ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ଆହୁରି ବଡ଼ ସ୍ୱପ୍ନ ଦେଖିବା ଏବଂ ନିର୍ଭୟରେ ନବସୃଜନ କରିବା ପାଇଁ ପ୍ରେରଣା ଦେବ।”

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ସ୍କାଏରୁଟ୍ ଏରୋସ୍ପେସର ଦଳ ସହିତ କଥା ହୋଇ ବିକ୍ରମ-୧ର ସଫଳ ପ୍ରକ୍ଷେପଣ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ଏହା ଭାରତର ମହାକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ବେସରକାରୀ କ୍ଷେତ୍ରର ବଢ଼ୁଥିବା ଅଂଶଗ୍ରହଣ ନୂତନ ଦିଗନ୍ତ ଉନ୍ମୋଚନ କରିବା ସହ ନବସୃଜନକୁ ତ୍ୱରାନ୍ୱିତ କରୁଛି।

 

ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ଆହୁରି ବଡ଼ ସ୍ୱପ୍ନ ଦେଖିବା ଏବଂ ନିର୍ଭୟରେ ନବସୃଜନ କରିବା ପାଇଁ ପ୍ରେରଣା ଦେବ।”

 

*****

MT

 

 


(ରିଲିଜ ଆଡି: 2293866) ପରିଦର୍ଶକ କାଉଣ୍ଟର : 15