ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ₹୨,୧୧୭.୮୫ କୋଟିର ଅଗ୍ରୀମ ଆର୍ଥିକ ସହାୟତା


ଓଡ଼ିଶା ପାଇଁ ଦ୍ୱିତୀୟ କିସ୍ତିରେ ୫୦୦ କୋଟି ଟଙ୍କା ମଞ୍ଜୁର

ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା

ଆବଶ୍ୟକତା ଅନୁଯାୟୀ ଏନ୍‌ଡିଆରଏଫ୍‌ ଦଳ ମୁତୟନ ସହ ସମସ୍ତ ସମ୍ଭବ ସହାୟତା ଜାରି ରଖିଛି କେନ୍ଦ୍ର ସରକାର

କ୍ଷୟକ୍ଷତିର ଆକଳନ କରିବା ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ ଗସ୍ତ କଲେ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମ୍‍ସିଟି)

ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଆସାମରେ ଦୁଇଥର ଆଇଏମସିଟି ନିରୀକ୍ଷଣ; ନାଗାଲାଣ୍ଡ ପାଇଁ ମଧ୍ୟ ଦଳ ଗଠନକୁ ଅନୁମୋଦନ

ପ୍ରଭାବିତ ୭ ରାଜ୍ୟ ମଧ୍ୟରୁ ହିମାଚଳ ପ୍ରଦେଶ, ଓଡ଼ିଶା ଓ ନାଗାଲାଣ୍ଡକୁ ୨୦୨୬-୨୭ ଆର୍ଥିକ ବର୍ଷର ଏସଡିଆରଏଫର ପ୍ରଥମ କିସ୍ତି ପ୍ରଦାନ

प्रविष्टि तिथि: 01 AUG 2026 5:46PM by PIB Bhubaneswar

ମୌସୁମୀ ବର୍ଷା ବିତ୍ପାତରେ ଦେଶର ବିଭିନ୍ନ ରାଜ୍ୟ ବନ୍ୟା କବଳିତ ହୋଇଛନ୍ତି। ଏହି ପରିସ୍ଥିତିରେ ଆବଶ୍ୟକ ରିଲିଫ, ଉଦ୍ଧାର ଓ ପୁନର୍ବାସ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହିକ୍ରମରେ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ଏହା ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅବଦାନ ଭାବେ ପ୍ରଦାନ କରାଯିବ। ଏ ଭିତରେ ସାତୋଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‍ଡିଆର୍‍ଏଫ୍‍)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ସହାୟତା ରାଶିର ପରିମାଣ ରହିଛି ୫୦୦ କୋଟି ଟଙ୍କା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି। 

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭରୁ ହିଁ ଭାରତ ସରକାର ରାଜ୍ୟ ସରକାରଗୁଡ଼ିକ ସହ ପ୍ରତ୍ୟକ୍ଷ ସମନ୍ୱୟ ରଖି ବନ୍ୟା ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି। ଆବଶ୍ୟକ ସ୍ଥଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପୂର୍ବ-ମୁତ୍ତୟନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲଜିଷ୍ଟିକାଲ୍ ସହାୟତା ସମେତ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଛନ୍ତି।

କ୍ଷୟକ୍ଷତିର ଆକଳନ କରିବା ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମ୍‍ସିଟି) ଗସ୍ତ କରିଛନ୍ତି। ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସାମ ପାଇଁ ଦୁଇଟି କେନ୍ଦ୍ରୀୟ ଟିମ୍‍ ଗଠନ କରାଯାଇଛି। ସେହିପରି ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେହି ରାଜ୍ୟ ପାଇଁ ମଧ୍ୟ ଗୋଟିଏ କେନ୍ଦ୍ରୀୟ ଗଠନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତିରେ ସୂଚିତ କରାଯାଇଛି। 

ଏହା ବ୍ୟତୀତ, ରିଲିଫ୍ ସମ୍ବନ୍ଧୀୟ ସମ୍ବଳର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅଧୀନରେ ଥିବା ନଥିପତ୍ର ଆବଶ୍ୟକତାକୁ କୋହଳ କରି ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ ଏବଂ ମହାରାଷ୍ଟ୍ର ଏସ୍‍ଡିଆର୍‍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିର ଅଗ୍ରିମ ରାଶି ମଧ୍ୟ ମଞ୍ଜୁର କରାଯାଇଛି।

ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ସହାୟତା ମଧ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ ଏସ୍‍ଡିଆର୍‍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିକୁ ଅଗ୍ରୀମ ଭାବେ ଅରୁଣାଚଳ ପ୍ରଦେଶକୁ ପ୍ରଦାନ କରାଯାଇଛି। ଏହାର ପରିମାଣ ୪୪.୫୫ କୋଟି ଟଙ୍କା। ସେହିପରି ପ୍ରଥମ କିସ୍ତୀର ଅଗ୍ରୀମ ଭାବେ ଆସାମକୁ ୩୭୯.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଗୁଜରାଟ ପାଇଁ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। 

୨୦୨୬-୨୭ ଏସ୍‍ଡିଆର୍‍ଏଫ୍‍ ପାଇଁ ପ୍ରଥମ କିସ୍ତି ପାଇସାରିଥିବା ହିମାଚଳ ପ୍ରଦେଶକୁ କେନ୍ଦ୍ରୀୟ ଭାଗର ଦ୍ୱିତୀୟ କିସ୍ତିର ଅଗ୍ରୀମ ଭାବେ ୧୯୩.୯୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମହାରାଷ୍ଟ୍ର ପାଇଁ ପ୍ରଥମ କିସ୍ତିର ଅଗ୍ରୀମ ଭାବେ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। 

ଏହି ଅନୁମୋଦନ ସହିତ, ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଚାଲୁ ରହିଥିବା ରିଲିଫ୍ ଏବଂ ପ୍ରତିକ୍ରିୟାମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କା ଉପଲବ୍ଧ କରାଯାଇଛି।

 

 

 


(रिलीज़ आईडी: 2293120) आगंतुक पटल : 17
इस विज्ञप्ति को इन भाषाओं में पढ़ें: Khasi , English , Urdu , Marathi , हिन्दी , Assamese , Punjabi , Gujarati , Tamil , Telugu , Kannada , Malayalam