ଅର୍ଥ ମନ୍ତ୍ରଣାଳୟ
ରାଜ୍ୟଗୁଡ଼ିକୁ ₹୧,୦୯,୦୧୯ କୋଟିର ଅଗ୍ରୀମ କର ବଣ୍ଟନ; ବିକାଶ ପ୍ରକଳ୍ପକୁ ମିଳିବ ଗତି
କେନ୍ଦ୍ରୀୟ କର ବାବଦରେ ଓଡ଼ିଶାକୁ ₹୪,୮୧୯ କୋଟି
प्रविष्टि तिथि:
01 AUG 2026 1:40PM by PIB Bhubaneswar
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଗଷ୍ଟ ପହିଲାରେ ବିଭିନ୍ନ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ କର ବାବଦରେ ୧ ଲକ୍ଷ ୯ ହଜାର ୧୯ କୋଟି ଟଙ୍କାର ଅତିରିକ୍ତ ଅଗ୍ରୀମ କର ହସ୍ତାନ୍ତର କରିଛନ୍ତି। ଏହା ସାଧାରଣ ମାସିକ କିସ୍ତିଠାରୁ ଅଲଗା ଏବଂ ସାଧାରଣ ମାସିକ ଅଗ୍ରୀମ କର କିସ୍ତି ୧୦ ଅଗଷ୍ଟ ୨୦୨୬ରେ ଜାରି ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହି ଅର୍ଥ ରାଜ୍ୟଗୁଡ଼ିକର ପୁଞ୍ଜି ଏବଂ ବିକାଶମୂଳକ ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛି।
ଅଗଷ୍ଟ ୨୦୨୬ ପାଇଁ କେନ୍ଦ୍ରୀୟ କର ଏବଂ ଶୁଳ୍କର ନିଟ୍ ଆଦାୟର ରାଜ୍ୟୱାରୀ ବଣ୍ଟନକୁ ନିମ୍ନରେ ପ୍ରଦାନ କରାଗଲା:


(रिलीज़ आईडी: 2293082)
आगंतुक पटल : 9