ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ସଟ୍ ପୁଟ୍ ଏଫ୍୫୭ ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶର୍ମିଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
28 JUL 2026 2:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ସଟ୍ ପୁଟ୍ ଏଫ୍୫୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶର୍ମିଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଶ୍ରେଷ୍ଠ ଥ୍ରୋ ଏକ ଉଲ୍ଲେଖନୀୟ ସଫଳତା ଏବଂ ଏହା ରାଜ୍ୟଗୋଷ୍ଠୀ କ୍ରୀଡାରେ ପାରା ଆଥଲେଟିକ୍ସ ସ୍ୱର୍ଣ୍ଣ ପଦକ ପାଇଁ ଦୁଇ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି।
ଶ୍ରୀ ମୋଦୀ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ଗ୍ଲାସଗୋରେ ଇତିହାସ ସୃଷ୍ଟି ହୋଇଛି!
ମହିଳା ସଟ୍ ପୁଟ୍ ଏଫ୍ ୫୭ ପ୍ରତିଯୋଗିତାରେ ସ୍ୱତନ୍ତ୍ର ସ୍ୱର୍ଣ୍ଣ ପଦକ ଏବଂ ସିଜିନର ଶ୍ରେଷ୍ଠ ଥ୍ରୋ ପାଇଁ ଶର୍ମିଲାଙ୍କୁ ଅଭିନନ୍ଦନ। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାରା ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଦୁଇ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି।
ଆଗାମୀ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।
#CWG2026”
HS
(रिलीज़ आईडी: 2290890)
आगंतुक पटल : 2
इस विज्ञप्ति को इन भाषाओं में पढ़ें:
Bengali
,
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam