ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କତାରର ଫାଦର ଆମିର୍ ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
12 JUL 2026 3:20PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କତାର ରାଜ୍ୟର ଫାଦର ଆମିର୍, ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କ ନେତୃତ୍ୱରେ କତାର ବିକାଶ ଓ ସମୃଦ୍ଧିର ନୂତନ ଉଚ୍ଚତାରେ ପହଞ୍ଚିଥିଲା। ଶ୍ରୀ ମୋଦୀ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମଧ୍ୟ ସ୍ମରଣ କରିଛନ୍ତି, ଯାହାଙ୍କ ସହ ଫେବୃଆରୀ ୨୦୨୪ରେ କତାର ଗସ୍ତ ସମୟରେ ସାକ୍ଷାତ କରିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା।
ପ୍ରଧାନମନ୍ତ୍ରୀ କତାରର ଆମିର୍ ହିଜ୍ ହାଇନେସ୍ ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନି, ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ତାଙ୍କର ଆନ୍ତରିକ ସମବେଦନା ଜଣାଇଛନ୍ତି।
‘ଏକ୍ସ’ରେ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“କତାର ରାଜ୍ୟର ଫାଦର ଆମିର୍, ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।
ସେ ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତାରକୁ ବିକାଶ ଓ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚାଇଥିଲେ। ଫେବୃଆରୀ ୨୦୨୪ରେ କତାରକୁ ମୋର ଶେଷ ଗସ୍ତ ସମୟରେ ତାଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମଧ୍ୟ ସ୍ମରଣ କରୁଛି। କତାରର ଆମିର୍ ହିଜ୍ ହାଇନେସ୍ ଶେଖ୍ ତମିମ ବିନ୍ ହମଦ ଅଲ୍ ଥାନି, ସମଗ୍ର ରାଜପରିବାର ଏବଂ କତାରର ଜନସାଧାରଣଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଉଛି। ବିଦେହୀ ଆତ୍ମାର ସଦ୍ଗତି କାମନା କରୁଛି। @TamimBinHamad”
— ନରେନ୍ଦ୍ର ମୋଦୀ (@narendramodi) ଜୁଲାଇ 12, 2026
*****
MT
(रिलीज़ आईडी: 2285345)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam