ପୋଷ୍ଟ କରାଯିବା ଦିନାଙ୍କ:
21 JUN 2026 12:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି।
ଏହି ପ୍ରବନ୍ଧରେ ଯୋଗ ଏବଂ ମାନବ କଲ୍ୟାଣ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ର ଉଲ୍ଲେଖ କରି ପ୍ରବନ୍ଧରେ କୁହାଯାଇଛି ଯେ, ବରିଷ୍ଠ ନାଗରିକମାନଙ୍କ ପାଇଁ ଯୋଗାଭ୍ୟାସକୁ ଉପଯୁକ୍ତ, କୋମଳ ଏବଂ ସୁଗମ ପ୍ରଣାଳୀରେ ଅନୁକୂଳ କରାଯାଇଛି। ଏଥିପାଇଁ ଲେଖକ ନିଜର ବ୍ୟକ୍ତିଗତ ଅନୁଭୂତିକୁ ଆଧାର କରିଛନ୍ତି।
ପ୍ରବନ୍ଧରେ ଯୋଗକୁ ବିଶ୍ୱ ପାଇଁ ଭାରତର ଅମୂଲ୍ୟ ଉପହାର ଭାବେ ଉଲ୍ଲେଖ କରାଯାଇ ସମସ୍ତଙ୍କୁ ଏହାକୁ ଜୀବନବ୍ୟାପୀ ସାଂସ୍କୃତିକ ଏବଂ ସୁସ୍ଥତାର ଅଭ୍ୟାସ ଭାବେ ଗ୍ରହଣ କରିବାକୁ ଆହ୍ୱାନ କରାଯାଇଛି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ‘ଏକ୍ସ’ରେ ପୋଷ୍ଟ କରିଛି:
“ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନ୍ୟବର ଉପରାଷ୍ଟ୍ରପତି @VPIndia ଶ୍ରୀ @CPR_VP ଯୋଗ ଏବଂ ମାନବ କଲ୍ୟାଣ ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ର ଉଲ୍ଲେଖ କରି ସେ କହିଛନ୍ତି ଯେ, ନିଜର ବ୍ୟକ୍ତିଗତ ଅନୁଭୂତିକୁ ଆଧାର କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଯୋଗାଭ୍ୟାସକୁ ଉପଯୁକ୍ତ, କୋମଳ ଏବଂ ସୁଗମ ପ୍ରକ୍ରିୟାରେ ଅନୁକୂଳ କରାଯାଇଛି। ଯୋଗକୁ ବିଶ୍ୱ ପାଇଁ ଭାରତର ଉପହାର ଭାବେ ବର୍ଣ୍ଣନା କରି ସେ ସମସ୍ତଙ୍କୁ ଏହାକୁ ଆଜୀବନ ସାଂସ୍କୃତିକ ଏବଂ ସୁସ୍ଥତାର ଅଭ୍ୟାସ ଭାବେ ଆପଣାଇବାକୁ ଆହ୍ୱାନ ଜଣାଇଛନ୍ତି।”
*****
MT