ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗର ବୈଶ୍ୱିକ ଯାତ୍ରା ଏବଂ ଏହାର ସ୍ଥାୟୀ ଐତିହ୍ୟ ସମ୍ପର୍କିତ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JUN 2026 5:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ରାଜ୍ୟମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି।

 

ଏହି ପ୍ରବନ୍ଧରେ ବର୍ଣ୍ଣନା କରାଯାଇଛି ଯେ, ପ୍ରାଚୀନ ଶାସ୍ତ୍ରରୁ ଆରମ୍ଭ କରି ବିଶ୍ୱସ୍ତରୀୟ ସ୍ୱୀକୃତି ପର୍ଯ୍ୟନ୍ତ ଯୋଗ କିପରି ସୀମା ଅତିକ୍ରମ କରିଛି, ତଥାପି ଏହା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟ ସହ ଗଭୀର ଭାବରେ ଜଡ଼ିତ ରହିଛି। ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଆଜି ସମଗ୍ର ବିଶ୍ୱରେ ଯୋଗର ପାଳନ ଏହି କାଳଜୟୀ ପରମ୍ପରା ପ୍ରତି ନବୀକୃତ ପ୍ରଶଂସା ଓ ସମ୍ମାନର ପ୍ରତିଫଳନ।

 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:

 

କେନ୍ଦ୍ର ରାଜ୍ୟମନ୍ତ୍ରୀ ଶ୍ରୀ @mpprataprao ବର୍ଣ୍ଣନା କରିଛନ୍ତି ଯେ, ପ୍ରାଚୀନ ଶାସ୍ତ୍ରରୁ ବିଶ୍ୱସ୍ତରୀୟ ସ୍ୱୀକୃତି ପର୍ଯ୍ୟନ୍ତ ଯୋଗ କିପରି ସୀମା ଅତିକ୍ରମ କରିଛି, ତଥାପି ଏହା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟରେ ଜଡିତ ହୋଇ ରହିଛି। ଆଜି ସମଗ୍ର ବିଶ୍ୱରେ ଯୋଗର ପାଳନ ଏହି କାଳଜୟୀ ପରମ୍ପରା ପ୍ରତି ନବୀକୃତ ପ୍ରଶଂସାର ପ୍ରତିଫଳନ।

 

*****

MT


(रिलीज़ आईडी: 2283166) आगंतुक पटल : 11
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam