ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେଣ୍ଟ-ଗୋବେନ୍ର ସିଇଓ ବେନୋଇଟ୍ ବାଜିନ୍ଙ୍କ ସହ ଭାରତରେ କମ୍ପାନିର କାର୍ଯ୍ୟପରିସର ବିସ୍ତାର ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
18 JUN 2026 6:39PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ-ଗୋବେନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ବେନୋଇଟ୍ ବାଜିନ୍ଙ୍କ ସହ ଆଲୋଚନା କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ଭିତ୍ତିଭୂମି ଏବଂ ସହରାଞ୍ଚଳ ବିକାଶରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଘଟୁଛି।
ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତରେ ସେଣ୍ଟ-ଗୋବେନ୍ର କାର୍ଯ୍ୟପରିସରକୁ ଆହୁରି ବିସ୍ତାର କରିବା ସହିତ ନବସୃଜନ, ବୃତ୍ତାକାର ଅର୍ଥନୀତି (Circular Economy) ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିକୁ ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବିବିଧତା ଓ ବିଶାଳତା ବିଶ୍ୱ ଦକ୍ଷିଣ ପାଇଁ ନିର୍ମାଣ କ୍ଷେତ୍ରର ସମାଧାନ ବିକଶିତ କରିବାରେ ଏକ ଆଦର୍ଶ ମଞ୍ଚ ପ୍ରଦାନ କରୁଛି।
ଏକ୍ସ (X)ରେ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ସେଣ୍ଟ-ଗୋବେନ୍ର ଶ୍ରୀ ବେନୋଇଟ୍ ବାଜିନ୍ଙ୍କ ସହ ଆଲୋଚନା କରି ଆନନ୍ଦିତ। ଭାରତରେ ଭିତ୍ତିଭୂମି ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟୁଛି। ଭାରତରେ ସେଣ୍ଟ-ଗୋବେନ୍ର କାର୍ଯ୍ୟପରିସରକୁ ଆହୁରି ବିସ୍ତାର କରିବା ସହିତ ନବସୃଜନ, ବୃତ୍ତାକାର ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିକୁ ଆହୁରି ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା କଲୁ। ଭାରତର ବିବିଧତା ଓ ବିଶାଳତା ବିଶ୍ୱ ଦକ୍ଷିଣ ପାଇଁ ନିର୍ମାଣ କ୍ଷେତ୍ରର ସମାଧାନ ବିକଶିତ କରିବାରେ ଏକ ଆଦର୍ଶ ମଞ୍ଚ ପ୍ରଦାନ କରୁଛି।”
@saintgobain”
*****
MT
(रिलीज़ आईडी: 2283163)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam