ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଓଡ଼ିଶାର ପାହାଡପୁର ଗ୍ରାମ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 20 JUN 2026 8:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ପାହାଡପୁର ଗ୍ରାମରେ ତାଙ୍କ ସହ ଉପସ୍ଥିତ ରହି ସେ ସମ୍ମାନିତ ଅନୁଭବ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାହାଡପୁର ହେଉଛି ରାଷ୍ଟ୍ରପତିଙ୍କ ଗ୍ରାମ ଏବଂ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବାସ୍ତବରେ ପ୍ରେରଣାଦାୟୀ।

ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଓଡ଼ିଶାର ପାହାଡପୁର ଗ୍ରାମରେ ରାଷ୍ଟ୍ରପତି ଜୀଙ୍କ ସହ ରହିବା ମୋ ପାଇଁ ସମ୍ମାନର ବିଷୟ ଏବଂ ତାହା ମଧ୍ୟ ତାଙ୍କ ଜନ୍ମଦିନରେ। ଏହା ତାଙ୍କର ଗାଁ ଏବଂ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରକୃତରେ ପ୍ରେରଣାଦାୟୀ।

ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।

@rashtrapatibhvn”

HS


(रिलीज़ आईडी: 2281603) आगंतुक पटल : 17
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam