ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ କେଇକୋ ଫୁଜିମୋରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
04 JUL 2026 1:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପେରୁର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ସୁଶ୍ରୀ କେଇକୋ ଫୁଜିମୋରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏବଂ ପେରୁ ମଧ୍ୟରେ ଦୀର୍ଘକାଳୀନ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
କେଇକୋ ଫୁଜିମୋରି, ପେରୁର ରାଷ୍ଟ୍ରପତି ନିର୍ବାଚନରେ ଆପଣଙ୍କ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।
ପେରୁ ସହିତ ନିଜର ଘନିଷ୍ଠ ବନ୍ଧୁତ୍ୱକୁ ଭାରତ ଗଭୀର ଭାବେ ଗୁରୁତ୍ୱ ଦେଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ ରହିଛି। ମୁଁ ଆପଣଙ୍କୁ ଏକ ସଫଳ କାର୍ଯ୍ୟକାଳ କାମନା କରୁଛି ଏବଂ ଆମ ରାଷ୍ଟ୍ରର ଲୋକଙ୍କ ଲାଭ ପାଇଁ ଆମର ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଆପଣଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।
HS
(रिलीज़ आईडी: 2281108)
आगंतुक पटल : 8