ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥବ୍ୟବସ୍ଥାର ସକାରାତ୍ମକ ଅଭିବୃଦ୍ଧି ଉପରେ ଆଲୋକପାତ କଲେ
प्रविष्टि तिथि:
05 JUN 2026 8:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଲ୍ଲେଖ କରିଛନ୍ତି ଯେ ଭାରତର ଅଭିବୃଦ୍ଧି ଗତି ଦୃଢ଼ ରହିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ୭.୭ ପ୍ରତିଶତ ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି, ସଂସ୍କାରର ସଫଳତା ଏବଂ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମକୁ ପ୍ରତିଫଳିତ କରେ ।
ଶ୍ରୀ ମୋଦୀ ଦୃଢ଼ୋକ୍ତି କହିଛନ୍ତି ଯେ, ସରକାର ‘ସହଜ ଜୀବନଧାରଣ’ ଏବଂ ‘ସହଜ ବ୍ୟବସାୟ’କୁ ଆଗକୁ ବଢ଼ାଇବା ପାଇଁ କୌଣସି ଉଦ୍ୟମ ହାତଛଡ଼ା କରିବେ ନାହିଁ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯୁବପିଢ଼ିଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ସକାଶେ ନିରନ୍ତର ପ୍ରୟାସ କରାଯିବ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ ଭାରତର ଅଭିବୃଦ୍ଧି ଗତି ଦୃଢ଼ ରହିଛି!
୨୦୨୫-୨୬ ଆର୍ଥିକ ବର୍ଷରେ ୭.୭ ପ୍ରତିଶତ ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି, ସଂସ୍କାରର ସଫଳତା ଏବଂ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମକୁ ପ୍ରତିଫଳିତ କରେ ।
‘ସହଜ ଜୀବନଧାରଣ’ ଏବଂ ‘ସହଜ ବ୍ୟବସାୟ’ ଏବଂ ଆମର ଯୁବପିଢ଼ିଙ୍କ ପାଇଁ ସୁଯୋଗ ବୃଦ୍ଧି କରିବାରେ କୌଣସି କସରତ ଛାଡ଼ିବୁ ନାହିଁ ।”
SR
(रिलीज़ आईडी: 2270528)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam