ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ବିହାରର ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍‌ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍‌ର ମଞ୍ଜୁରୀ


ବିଓଟି (ଟୋଲ୍) ମୋଡ୍‌ରେ ୩,୯୩୬.୦୫ କୋଟି ଟଙ୍କା ବ୍ୟୟରେ ୧୪୩.୫୨୯ କିମି ଜାତୀୟ ରାଜପଥ ଉନ୍ନତୀକରଣକୁ କ୍ୟାବିନେଟ୍‌ର ଅନୁମୋଦନ

प्रविष्टि तिथि: 03 JUN 2026 3:24PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ଆଜି ବିହାରର ଏନଏଚ୍-୩୧ ଏବଂ ଏନଏଚ୍- ୨୩୧ର ଖଗରିଆ–ପୂର୍ଣ୍ଣିଆ ଖଣ୍ଡ (୧୪୩.୫୨୯ କିଲୋମିଟର)କୁ ବିଓଟି (ଟୋଲ୍) ମୋଡ୍‌ରେ -ଲେନ୍ ମାନକକୁ ଉନ୍ନତ କରିବା ପାଇଁ ,୯୩୬.୦୫ କୋଟି ଟଙ୍କା ବ୍ୟୟର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି

 

ବିହାରରେ ଏନଏଚ୍-୩୧ ଏବଂ ଏନଏଚ୍-୨୩୧ର ଖଗରିଆ-ପୂର୍ଣ୍ଣିଆ ସେକ୍ସନର ପ୍ରସ୍ତାବିତ ଏହି ଉନ୍ନତୀକରଣ ପ୍ରକଳ୍ପ ଖଗରିଆ, ଭାଗଲପୁର, କଟିହାର ଏବଂ ପୂର୍ଣ୍ଣିଆ ଜିଲ୍ଲାର ଜନବହୁଳ ଅଞ୍ଚଳଗୁଡ଼ିକରେ ଥିବା ସଡ଼କର ଗୁରୁତର ଜ୍ୟାମିତିକ ତ୍ରୁଟି, ତୀକ୍ଷ୍ଣ ବାଙ୍କ ଯାତାୟାତ ଜନିତ ଭିଡ଼ ସମସ୍ୟାର ସମାଧାନ କରିବ। ଏହି ପ୍ରକଳ୍ପର ଅଂଶ ଭାବେ ପୂର୍ଣ୍ଣିଆ ସହର ପାଇଁ ୬.୭୨୯ କିଲୋମିଟର ଲମ୍ବ ବିଶିଷ୍ଟ ଏକ ବିସ୍ତାରିତ ଗ୍ରୀନଫିଲ୍ଡ ବାଇପାସ୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଯାନବାହନର ହାରାହାରି ଯାତ୍ରା ଗତି ବୃଦ୍ଧି କରିବ, ଯାତ୍ରା ସମୟକୁ ପ୍ରାୟ ଦୁଇ ଘଣ୍ଟା ହ୍ରାସ କରିବ, ଏବଂ ସାମଗ୍ରିକ ସଡ଼କ ସୁରକ୍ଷା, ଇନ୍ଧନ ଦକ୍ଷତା ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚରେ ଉନ୍ନତି ଆଣିବ। ଫଳସ୍ୱରୂପ ଆଞ୍ଚଳିକ ଯାତାୟାତ ସୁବିଧା ଓ ସାମାଜିକ-ଆର୍ଥିକ ବିକାଶକୁ ଅଧିକ ଗତି ମିଳିବ।

 

ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକ ସହ ନିରବିଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ।  ଏହା ସହିତ, ଅପଗ୍ରେଡ୍ କରିଡର ଟି ପିଏମ ଗତିଶକ୍ତି ଆର୍ଥିକ କେନ୍ଦ୍ର  (ଟି ଟେକ୍ସଟାଇଲ୍ କ୍ଲଷ୍ଟର, ଟି ମେଗା ଫୁଡ୍ ପାର୍କ ଏବଂ ଟି ମାଛ ଓ ସାମୁଦ୍ରିକ ଖାଦ୍ୟ ପାର୍କ) ଏବଂ ୧୧ଟି ଲଜିଷ୍ଟିକ୍ସ ନୋଡ୍ (ଟି ପ୍ରମୁଖ ରେଳ ଷ୍ଟେସନ, ଟି ବିମାନବନ୍ଦର, ଟି ଜାତୀୟ ରାଜପଥ ଏବଂ ଟି ରାଜ୍ୟ ରାଜପଥ) ସହ ସଂଯୁକ୍ତ ହୋଇ ବହୁମାଧ୍ୟମିକ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ଦ୍ୱାରା ସମଗ୍ର ଅଞ୍ଚଳରେ ମାଲ ପରିବହନ ଏବଂ ଯାତ୍ରୀ ଚଳାଚଳ ଅଧିକ ଦ୍ରୁତ ଏବଂ ସୁଗମ ହେବ।

 

 

 

ପ୍ରକଳ୍ପ କରିଡରର ମାନଚିତ୍ର:

 

ପରିଶିଷ୍ଟ – : ପ୍ରକଳ୍ପ ବିବରଣୀ

ବୈଶିଷ୍ଟ୍ୟ

ବିବରଣୀ

ପ୍ରକଳ୍ପର ନାମ

ବିହାର ରାଜ୍ୟରେ ଏନ ଏଚ୍-୩୧ ଏବଂ ଏନ ଏଚ୍-୨୩୧ ର ଖଗରିଆ–ପୂର୍ଣ୍ଣିଆ ସେକ୍ସନକୁ ବିଓଟି (ଟୋଲ୍) ମୋଡ୍‌ରେ -ଲେନ୍ ମାନକକୁ (୧୪୩.୫୨୯ କି.ମି.) ଉନ୍ନତ କରିବା ପ୍ରକଳ୍ପ

କରିଡର

ପାଟନା – ପୂର୍ଣ୍ଣିଆ

ଲମ୍ବ (କି.ମି.)

୧୪୩.୫୨୯

ମୋଟ ସିଭିଲ୍ ନିର୍ମାଣ ବ୍ୟୟ (ଟଙ୍କା କୋଟିରେ)

୨୪୬୭.୭୭

ଭୂମି ଅଧିଗ୍ରହଣ ବ୍ୟୟ (ଟଙ୍କା କୋଟିରେ)

୨୯୦.୧୬

ମୋଟ ପୁଞ୍ଜି ବିନିଯୋଗ ମୂଲ୍ୟ (ଟଙ୍କା କୋଟିରେ)

୩୯୩୬.୦୫

ମୋଡ୍

ବିଓଟି (ଟୋଲ୍)

ବାଇପାସ୍

୬.୭୨୯ କି.ମି. ଲମ୍ବ ବିଶିଷ୍ଟ ଗ୍ରୀନଫିଲ୍ଡ ପୂର୍ଣ୍ଣିଆ ବାଇପାସ୍

ସଂଯୁକ୍ତ ପ୍ରମୁଖ ସଡ଼କ

ଜାତୀୟ ରାଜପଥ: ଏନଏଚ୍-୨୭, ଏନଏଚ୍-୧୩, ଏନଏଚ୍- ୧୩୧ଏ ଏବଂ ଏନଏଚ୍-୨୩୧ ରାଜ୍ୟ ରାଜପଥ: ଏସଏଚ୍-୯୫ ଏବଂ ଏସଏଚ୍- ୭୭

ସଂଯୁକ୍ତ ଅର୍ଥନୈତିକ / ସାମାଜିକ / ପରିବହନ କେନ୍ଦ୍ର

ବିମାନବନ୍ଦର: ପୂର୍ଣ୍ଣିଆ ରେଳ ଷ୍ଟେସନ: ଖଗରିଆ, ଭାଗଲପୁର, କଟିହାର, ପୂର୍ଣ୍ଣିଆ ଅର୍ଥନୈତିକ କେନ୍ଦ୍ର:  ଟି ଟେକ୍ସଟାଇଲ୍ କ୍ଲଷ୍ଟର, ଟି ମେଗା ଫୁଡ୍ ପାର୍କ, ଟି ମତ୍ସ୍ୟ ଓ ସାମୁଦ୍ରିକ ଖାଦ୍ୟ ପାର୍କ

ସଂଯୁକ୍ତ ପ୍ରମୁଖ ସହର/ନଗର

ଖଗରିଆ, ଭାଗଲପୁର, କଟିହାର, ପୂର୍ଣ୍ଣିଆ

ନିଯୁକ୍ତି ସୃଷ୍ଟିର ସମ୍ଭାବନା

୩୨.୫୯  ଲକ୍ଷ ବ୍ୟକ୍ତି-ଦିନ (ପ୍ରତ୍ୟକ୍ଷ) ଏବଂ ୪୦.୫୫  ଲକ୍ଷ ବ୍ୟକ୍ତି-ଦିନ (ପରୋକ୍ଷ)

 

*****

MT


(रिलीज़ आईडी: 2268751) आगंतुक पटल : 7
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada