ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱିଡେନର କେତେକ ବିଶିଷ୍ଟ ବ୍ୟବସାୟୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

प्रविष्टि तिथि: 17 MAY 2026 11:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନର ମହାମହୀମ ଯୁବରାଣୀ ଭିକ୍ଟୋରିଆ ଏବଂ ସ୍ୱିଡେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ସହ '୧୭ ମଇ ୨୦୨୬ " ରେ ସ୍ୱିଡେନର ମନୋନୀତ ସିଇଓମାନଙ୍କ ସହ ଭାବ ବିନିମୟ କରିଥିଲେ

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ସ୍ୱିଡେନ ଗଣତନ୍ତ୍ର, ସ୍ୱଚ୍ଛତା, ନବସୃଜନ ଏବଂ ସ୍ଥାୟୀତ୍ୱ ଭଳି ସହଭାଗୀ ମୂଲ୍ୟବୋଧ ଦ୍ୱାରା ଯୋଡ଼ି ହୋଇ ରହିଛନ୍ତି, ଯାହା ଏକ ମହତ୍ୱାକାଂକ୍ଷୀ ଏବଂ ଅଗ୍ରଗାମୀ ଆର୍ଥିକ ଭାଗିଦାରୀ ପାଇଁ ଏକ ସୁଦୃଢ଼ ମୂଳଦୁଆ ପ୍ରଦାନ କରିଥାଏ ସେ ରେଖାଙ୍କିତ କରିଥିଲେ ଯେ ଭାରତ-ସ୍ୱିଡେନ ଭାଗିଦାରୀ ଆଜି କେବଳ ଏକ ଆର୍ଥିକ ସମ୍ପର୍କ ନୁହେଁ, ବରଂ ବିଚାର, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସହ-ସୃଷ୍ଟିର ଏକ ଭାଗିଦାରୀ ଭାରତର ବିକାଶରେ ସ୍ୱିଡେନ୍ କମ୍ପାନୀଗୁଡ଼ିକର ଦୀର୍ଘକାଳୀନ ଯୋଗଦାନକୁ ସେ ସ୍ୱାଗତ କରିଥିଲେ ଏବଂ ଗବେଷଣା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ଉତ୍ପାଦନ କ୍ଷେତ୍ରରେ ଗଭୀର ସହଯୋଗକୁ ପ୍ରୋତ୍ସାହିତ କରିଥିଲେ

ସଂସ୍କାର, ଦୃଢ଼ ଘରୋଇ ଚାହିଦା, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଉତ୍ପାଦନ ସମ୍ପ୍ରସାରଣ ଏବଂ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ ଦ୍ୱାରା ପରିଚାଳିତ ଭାରତର ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ମେକ୍ ଇନ୍ ଇଣ୍ଡିଆ, ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ, ନ୍ୟାସନାଲ କ୍ରିଟିକାଲ୍ ମିନେରାଲ୍ ମିଶନ ଏବଂ ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ସୁଯୋଗ ସମ୍ପ୍ରସାରଣ ଭଳି ପଦକ୍ଷେପ ଅଧୀନରେ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲାଗି ସେ ସ୍ୱିଡେନ୍ କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ କରିଥିଲେ

ଏହି ଆଲୋଚନାରେ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳା, ସବୁଜ ପରିବର୍ତ୍ତନ, ସ୍ଥାୟୀ ଗତିଶୀଳତା, ଜୀବନ ବିଜ୍ଞାନ ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀ ପାଇଁ ସମାଧାନର ସହ-ସୃଷ୍ଟି କରିବା ପାଇଁ ଭାରତର ପରିମାଣ, ପ୍ରତିଭା ଏବଂ ଅଭିବୃଦ୍ଧି ଗତି ସହିତ ନବସୃଜନ ଏବଂ ସ୍ଥିରତା କ୍ଷେତ୍ରରେ ସ୍ୱିଡେନର ସାମର୍ଥ୍ୟକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ

HS


(रिलीज़ आईडी: 2268459) आगंतुक पटल : 17
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada