ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଆଇବିସିକୁ ପୂରିଲା ୧୦ ବର୍ଷ


ଆଇବିସି ସମାଧାନ ପ୍ରକ୍ରିୟା ଋଣଦାତାଙ୍କ ପାଇଁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଅସୁଲିକୁ ସହଜ କରିଛି

ପୋଷ୍ଟ କରାଯିବା ଦିନାଙ୍କ: 28 MAY 2026 6:35PM by PIB Bhubaneswar

 

୨୦୧୬ରେ କାର୍ଯ୍ୟକାରୀ ହୋଇଥିବା ପରିଶୋଧ ଅକ୍ଷମତା ଏବଂ ଦେବାଳିଆ ସଂହିତା (ଆଇବିସି)କୁ ଆଜି ୧୦ ବର୍ଷ  ପୂରଣ ହୋଇଛି। କାର୍ଯ୍ୟକାରୀ ହେବାର ଏକ ଦଶନ୍ଧି ପରେ, ଏହି ସଂହିତା କେବଳ ଏକ ଆଇନଗତ ସଂସ୍କାର ଭାବରେ ଉଭା ହୋଇ ନାହିଁ, ବରଂ ଋଣ ବଜାର, କର୍ପୋରେଟ୍ ବ୍ୟବହାର , ନିବେଶକଙ୍କ ବିଶ୍ୱାସ ଏବଂ ଆର୍ଥିକ ଦକ୍ଷତା ପାଇଁ ସୁଦୂରପ୍ରସାରୀ ପ୍ରଭାବ ସହିତ ଏକ ଢାଞ୍ଚାଗତ ପରିବର୍ତ୍ତନ ଆଣିଛି ।

ଏକ ଯୁଗାନ୍ତକାରୀ ସଂସ୍କାର ରୂପେ ଏହି ସଂହିତା ପ୍ରଶଂସିତ ହୋଇଛି। ଦେଶରେ ବିଚ୍ଛିନ୍ନ ଅବସ୍ଥାରେ ରହିଥିବା ପରିଶୋଧ ଅକ୍ଷମତା ସମାଧାନ ଢାଞ୍ଚାକୁ ଏକୀକୃତ ଏବଂ ଆଧୁନିକ କରିବା ଉଦ୍ଦେଶ୍ୟରେ ଏହାକୁ ଲାଗୁ କରାଯାଇଥିଲା। ଏହାର କାର୍ଯ୍ୟକାରିତା ଫଳରେ ଅସୁଲି ବ୍ୟବସ୍ଥାରେ ଉନ୍ନତି ଆସିଛି, ଦାୟିତ୍ୱପୂର୍ଣ୍ଣ ଋଣ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇଛି ଭାରତର ଆର୍ଥିକ ଏବଂ ଆଇନଗତ ବ୍ୟବସ୍ଥାରେ ବିଶ୍ୱାସ ବୃଦ୍ଧି ପାଇଛି।

ମାର୍ଚ୍ଚ ୨୦୨୬ ସୁଦ୍ଧା ୧୪୧୯ ମାମଲାରେ ସମାଧାନ ଯୋଜନା ଫଳପ୍ରଦ ହୋଇଛି ଯାହା ଏହି ସଂହିତାର ପ୍ରଭାବକୁ ସ୍ପଷ୍ଟ କରିଥାଏ। ସମାଧାନ ପ୍ରକ୍ରିୟା ଋଣଦାତାମାନଙ୍କ ପାଇଁ ଲକ୍ଷ କୋଟି ଟଙ୍କାରୁ ଅଧିକ ଆଦାୟକୁ ସହଜ କରିଛି। ଋଣଦାତାମାନଙ୍କ ପାଇଁ ଏହି ଅସୁଲି ସେମାନଙ୍କର ଉଚିତ୍ ଏବଂ ପରିଶୋଧ ମୂଲ୍ୟ ତୁଳନାରେ ଯଥାକ୍ରମେ ୯୫% ଏବଂ ୧୬୭%

ମାର୍ଚ୍ଚ ୨୦୨୬ ସୁଦ୍ଧା, ମୋଟ ୮,୯୮୭ ଟି ମାମଲା ଦାଖଲ ହୋଇଛି, ଯେଉଁଥିରୁ ୭,୧୦୨ଟି ସମାଧାନ ହୋଇସାରିଛି। ସମାଧାନ ହୋଇଥିବା ମାମଲା ମଧ୍ୟରୁ, ୪,୦୯୯ଟି କମ୍ପାନୀ - ପ୍ରାୟ ୫୮% ବନ୍ଦ ହୋଇଥିବା କମ୍ପାନୀକୁ ସଫଳତାର ସହ ଉଦ୍ଧାର କରାଯାଇଛି, ଅନ୍ୟ ୩,୦୦୩ଟି ମାମଲାର ପରିସମାପନ ବା ଲିକ୍ୱିଡେସନ ହୋଇଛି।

ପୁନରୁଦ୍ଧାର କରାଯାଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ ୧,୩୮୮ ମାମଲାରେ ଅପିଲ, ସମୀକ୍ଷା କିମ୍ବା ବୁଝାମଣା କାରଣରୁ ବନ୍ଦ କରି ଦିଆଯାଇଛି। ୧,୨୯୨ ମାମଲା ପ୍ରତ୍ୟାହାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ସମାଧାନ ଯୋଜନା ଜରିଆରେ ସମାପନ ହୋଇଥିବା ପ୍ରାୟ ୪୨% ମାମଲା ପୂର୍ବରୁ ଶିଳ୍ପ ଏବଂ ଆର୍ଥିକ ପୁନର୍ଗଠନ ବୋର୍ଡ ପାଖରେ ଥିଲା କିମ୍ବା ଅଚଳ ହୋଇଯାଇଥିଲା। ଏହା ଆର୍ଥିକ ଭାବରେ ସଙ୍କଟଗ୍ରସ୍ତ ଉଦ୍ୟୋଗଗୁଡ଼ିକର ପୁନରୁଦ୍ଧାରକୁ ସହଜ କରିବାରେ ସଂହିତା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥାଏ।

ଏହି ସଂହିତା ଋଣଗ୍ରହୀତାଙ୍କ ମଧ୍ୟରେ ଋଣ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ଏବଂ ପରିଶୋଧ ସଂସ୍କୃତିକୁ ସୁଦୃଢ଼ ​​କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି ସଂହିତାର ପ୍ରତିରୋଧକ ପ୍ରଭାବ ଏହି ତଥ୍ୟରୁ ସ୍ପଷ୍ଟ ଯେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲରେ ଦାଖଲ ହୋଇଥିବା ୩୦ହଜାରରୁ ଅଧିକ ମାମଲା ପ୍ରତ୍ୟାହାର ମାଧ୍ୟମରେ ପ୍ରାକ୍-ଦାଖଲ ପର୍ଯ୍ୟାୟରେ ସମାଧାନ କରାଯାଇଥିଲା। ଏଥିରେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ପରିମାଣ ଅନ୍ତର୍ଭୁକ୍ତ। ଏହି ସମାଧାନଗୁଡ଼ିକ ଦର୍ଶାଏ ଯେ ଆନୁଷ୍ଠାନିକ ଦେବାଳିଆ ପ୍ରକ୍ରିୟା ବାହାରେ ଆର୍ଥିକ ଚାପର ସମୟୋଚିତ ସମାଧାନକୁ ଉତ୍ସାହିତ କରି ଏହି ସଂହିତା ଋଣଗ୍ରହୀତାଙ୍କ ଗତିଶୀଳତାକୁ କେତେ ପରିବର୍ତ୍ତନ କରିଛି

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ସମାଧାନ ଉଠାଣର ଅନୁପସ୍ଥିତିରେ, ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି ଅନୁପାତ ସେପ୍ଟେମ୍ବର ୨୦୨୫ ସୁଦ୍ଧା ରିପୋର୍ଟ କରାଯାଇଥିବା ୨.୧% ସ୍ତର ଅପେକ୍ଷା ଯଥେଷ୍ଟ ଅଧିକ ରହିଥାନ୍ତା। ଏହା ୨୦୧୭ରେ ପ୍ରାୟ ୧୧.୮% ଥିଲା, ଯେପରି ଭାରତୀୟ ରିଜର୍ଭ ବ୍ୟାଙ୍କର ଭାରତରେ ବ୍ୟାଙ୍କିଙ୍ଗର ଧାରା ଏବଂ ପ୍ରଗତି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଉନ୍ନତ ପୁନରୁଦ୍ଧାର ଫଳାଫଳ, ଦ୍ରୁତ ସମାଧାନ ସମୟସୀମା ଏବଂ ଅଧିକ ଋଣଦାତା ସଶକ୍ତିକରଣ ମାଧ୍ୟମରେ ଭାରତର ଦେବାଳିଆପଣ ସମାଧାନ ବ୍ୟବସ୍ଥା ମଧ୍ୟ ଦୃଢ଼ ହୋଇଛି। ଘରୋଇ ସମାଧାନ ଏବଂ ପୁନରୁଦ୍ଧାର ଇକୋସିଷ୍ଟମର ଦକ୍ଷତାରେ ଉନ୍ନତିକୁ ସ୍ୱୀକାର କରି ଏସଏଣ୍ଡପି ଗ୍ଲୋବାଲ୍ ରେଟିଂସ୍ ଭାରତର ଦେବାଳିଆ ଢାଞ୍ଚାକୁ 'ଗ୍ରୁପ୍ ସି' ରୁ 'ଗ୍ରୁପ୍ ବି' କୁ ଉନ୍ନତ କରିଛି।

 

ଆଇବିସି ପୂର୍ବରୁ ହାରାହାରି ପୁନରୁଦ୍ଧାର ହାର ପ୍ରାୟ ୧୫-୨୦% ରୁ ଆଇବିସି ପରେ ପ୍ରାୟ ୩୦% କୁ ବୃଦ୍ଧି ପାଇଛି, ଯେତେବେଳେ ସମାଧାନ ସମୟସୀମା କୋଡ୍ ଅନୁଯାୟୀ ପ୍ରାୟ ୬-୮ ବର୍ଷରୁ ପ୍ରାୟ ବର୍ଷକୁ ହ୍ରାସ ପାଇଛି।

ସଂହିତାର ନିରନ୍ତର ଦକ୍ଷତା ଭାରତୀୟ ରିଜର୍ଭ ବ୍ୟାଙ୍କର ଟ୍ରେଣ୍ଡ୍ସ ଏବଂ ପ୍ରୋଗ୍ରେସ୍ ଅଫ୍ ଇଣ୍ଡିଆ ରିପୋର୍ଟ ୨୦୨୪-୨୫ରେ ମଧ୍ୟ ପ୍ରତିଫଳିତ ହୋଇଛି, ଯାହା ଚାପଗ୍ରସ୍ତ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ସଂହିତାକୁ ସବୁଠାରୁ ପ୍ରଭାବଶାଳୀ ପଦ୍ଧତି ଭାବରେ ଦର୍ଶାଇଥାଏ। ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦ୍ୱାରା କରାଯାଇଥିବା ୧.୦୪ ଲକ୍ଷ କୋଟି ଟଙ୍କାର ମୋଟ ପୁନରୁଦ୍ଧାର ମଧ୍ୟରୁ, ପ୍ରାୟ ୫୪  ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ପ୍ରାୟ ୫୨.୪% ଆଇବିସି ପ୍ରକ୍ରିୟା ମାଧ୍ୟମରେ ହାସଲ କରାଯାଇଥିଲା।

ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଆଇବିସି ଅଧୀନରେ ପୁନରୁଦ୍ଧାର ହାର ପୂର୍ବ ବର୍ଷରେ ୨୮.୩% ଥିଲା। ଏହା ୨୦୨୪-୨୫ରେ ୩୬.୬%କୁ ବୃଦ୍ଧି ପାଇଛି। ସଂକଟଗ୍ରସ୍ତ ସମ୍ପତ୍ତିକୁ ସମାଧାନ କରିବାରେ ଦେବାଳିଆ ଢାଞ୍ଚାର ବର୍ଦ୍ଧିତ ପ୍ରଭାବକୁ ଉଜ୍ଜ୍ୱଳ କରିଥାଏ ଏବଂ ମୋଟ ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି ହ୍ରାସ କରିବାରେ ଯୋଗଦାନ କରିଥାଏ।

ଏହାର ଆଚରଣଗତ ପ୍ରଭାବ ଉପରେ ଏକ ଆଇଆଇଏମ ବାଙ୍ଗାଲୋର ଅଧ୍ୟୟନ ଆଇବିସି କାର୍ଯ୍ୟକାରୀ ହେବା ପରେ ଋଣ ଆଚରଣରେ ଏକ ଉଲ୍ଲେଖନୀୟ ଉନ୍ନତି ଲକ୍ଷ୍ୟ କରିଛି। ବିଶେଷକରି, ୨୦୧୮ ଏବଂ ୨୦୨୪ ମଧ୍ୟରେ ‘ଓଭରଡ୍ୟୁ’ ରୁ 'ସାଧାରଣ' ବର୍ଗକୁ ପରିବର୍ତ୍ତନ ହେଉଥିବା ଋଣ ଆକାଉଣ୍ଟର ଅନୁପାତ ସ୍ଥିର ଭାବରେ ବୃଦ୍ଧି ପାଇଛି, ଯାହା ଉନ୍ନତ ଋଣଗ୍ରହୀତା ଶୃଙ୍ଖଳାକୁ ପ୍ରତିଫଳିତ କରେ।

ଏହି ଆଚରଣଗତ ପରିବର୍ତ୍ତନ ଏକ ଆକାଉଣ୍ଟର ହାରାହାରି ଦିନ ସଂଖ୍ୟାରେ ଏକ ତୀବ୍ର ହ୍ରାସରେ ମଧ୍ୟ ପ୍ରତିଫଳିତ ହୋଇଥିଲା, ଯାହା ୨୪୮-୩୪୪ ଦିନରୁ ହ୍ରାସ ପାଇ ୩୦-୮୭ ଦିନ ହୋଇଛି।

ଆଇବିସି ଅଧୀନରେ ସମାଧାନ ହୋଇଥିବା ଫାର୍ମଗୁଡ଼ିକ ଉପରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମ୍ମଦାବାଦ (୨୦୨୫) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ସମାଧାନ ପରବର୍ତ୍ତୀ ପାଞ୍ଚ ବର୍ଷ ଅବଧିରେ ପ୍ରମୁଖ ପରିଚାଳନାଗତ ଏବଂ ଆର୍ଥିକ ସୂଚକଗୁଡ଼ିକରେ ଯଥେଷ୍ଟ ଉନ୍ନତି ସହିତ ବ୍ୟବସାୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପରବର୍ତ୍ତୀ ପୁନରୁଦ୍ଧାରକୁ ଉଜ୍ଜ୍ୱଳ କରିଥାଏ।

 

ସମାଧାନ ହୋଇଥିବା ଫାର୍ମଗୁଡ଼ିକର ହାରାହାରି ବିକ୍ରୟ ପ୍ରାୟ ୮୯% ବୃଦ୍ଧି ପାଇଛି।  ଅନ୍ୟପଟେ ସମ୍ପତ୍ତି କାରବାର ଅନୁପାତ ପ୍ରାୟ ୧୩୧% ବୃଦ୍ଧି ପାଇଛି, ଯାହା ବର୍ଦ୍ଧିତ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ବ୍ୟବସାୟ ପୁନରୁଦ୍ଧାରକୁ ସୂଚିତ କରୁଛି। ପାଞ୍ଚ ବର୍ଷ ପରେ ହାରାହାରି ପୁଞ୍ଜି ଖର୍ଚ୍ଚ ପ୍ରାୟ ୧୦୬% ବୃଦ୍ଧି ପାଇଛି, ଯାହା ନବୀକରଣ ନିବେଶ ଏବଂ ଆର୍ଥିକ ସ୍ଥାୟିତ୍ୱକୁ ପ୍ରତିଫଳିତ କରୁଛି।

ଅଧ୍ୟୟନରେ ଆହୁରି ଉଲ୍ଲେଖ କରାଯାଇଛି ଯେ ସମାଧାନ ହୋଇଥିବା ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ସାମଗ୍ରିକ ବଜାର ମୂଲ୍ୟାଙ୍କନରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ନିବେଶକଙ୍କ ବିଶ୍ୱାସକୁ ଦୃଢ଼ କରିଛି ଏବଂ ସଫଳ ସମାଧାନ ପରେ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ଉନ୍ନତ କରିଛି।

ଯେତେବେଳେ ଆଇବିସି ୨୦୧୬ରେ ଆରମ୍ଭ ହୋଇଥିଲା, ଏହା ଉଦ୍ୟୋଗ ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଦେଖା ଦେଇଥିବା ଏକ ସମୟ ଅତିକ୍ରମ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ପୂର୍ବରୁ ଅନେକ ବର୍ଷ ଧରି ବିଳମ୍ବ ଫଳରେ ସମ୍ପତ୍ତି ଖଣ୍ଡିତ ଭାବେ ବିକ୍ରି ହୋଇଥିଲା। ପ୍ରାୟତଃ ଋଣଦାତାମାନେ ଉଚିତ୍‌ ଅର୍ଥ ଅସୁଲ କରିପାରୁନଥିଲେ । ଜବାବରେ, ସଂହିତା ଆର୍ଥିକ ସଙ୍କଟ ଏବଂ ଦେବାଳିଆ ସ୍ଥିତର ସମାଧାନ ପାଇଁ ଏକ ସୁସଙ୍ଗତ, ଋଣଦାତା-ଚାଳିତ ଏବଂ ସମୟ-ସୀମାବଦ୍ଧ ଯନ୍ତ୍ର ସ୍ଥାପନ କରିଥିଲା। ଏହା ଦକ୍ଷତା, କର୍ପୋରେଟ୍ ପୁନରୁଦ୍ଧାର ଏବଂ ମୂଲ୍ୟ ସର୍ବାଧିକକରଣ ଉପରେ ଗୁରୁତ୍ୱ ଦେଇଥିଲା।  

ଆଇବିସିର ଦଶ ବର୍ଷର ମାଇଲଖୁଣ୍ଟ ପ୍ରତିଫଳନ, ମୂଲ୍ୟାଙ୍କନ ଏବଂ ନୂତନ କଳ୍ପନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ। ବିକଶିତ ଭାରତ ୨୦୪୭ଆକାଂକ୍ଷା ଆଡକୁ ଅଗ୍ରସର ହେବା ସମୟରେ ଏକ ଦକ୍ଷ ସ୍ଥିର ଦେବାଳିଆପଣ ସମାଧାନ ବ୍ୟବସ୍ଥାର ନିରନ୍ତର ବିକାଶ ଦ୍ୱାରା ଉଦ୍ୟୋଗ ବିକାଶ ସ୍ଥାୟୀ ହେବ । ଉତ୍ପାଦକ ପୁଞ୍ଜି ସଂରକ୍ଷଣ ସହିତ ଆର୍ଥିକ ସ୍ଥିରତା ଗଭୀର ହେବ ଏବଂ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ।

*****

PS


(ରିଲିଜ ଆଡି: 2266474) ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ : Telugu , English , Urdu , हिन्दी , Gujarati , Kannada , Malayalam