ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ସିକିମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 MAY 2026 1:32PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିବା ଏକ ଐତିହାସିକ ମାଇଲଖୁଣ୍ଟ। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ବିକାଶ ଯାତ୍ରାରେ ସିକିମର ଯୋଗଦାନ ଅତ୍ୟନ୍ତ ମୂଲ୍ୟବାନ ଏବଂ ପ୍ରଶଂସନୀୟ। ନିକଟରେ ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସିକିମ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଉଷ୍ମତା ଏବଂ ସ୍ନେହ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ରାଜ୍ୟ ପ୍ରତିଷ୍ଠା ଦିବସରେ ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା। ଭାରତର ବିକାଶରେ ସିକିମର ଯୋଗଦାନ ଅତ୍ୟନ୍ତ ମୂଲ୍ୟବାନ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

ଏହି ଅବସର ଏପରି ଏକ ସମୟରେ ଆସିଛି ଯେତେବେଳେ ସିକିମ ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛି। କିଛି ଦିନ ପୂର୍ବରୁ, ଏହି ଉତ୍ସବରେ ଯୋଗଦେବା ପାଇଁ ସିକିମର ଲୋକମାନଙ୍କ ମଧ୍ୟରେ ରହିବାର ସୌଭାଗ୍ୟ ମୋତେ ମିଳିଥିଲା। ସିକିମରେ ମୋତେ ଯେଉଁ ଉଷ୍ମତା ମିଳିଥିଲା, ତାହା ମୋ ସ୍ମୃତିର ଅଂଶ ହୋଇ ରହିବ। କେନ୍ଦ୍ର ସରକାର ଆଗାମୀ ସମୟରେ ସିକିମ୍ର ଅଭିବୃଦ୍ଧି ପଥକୁ ସମର୍ଥନ ଜାରି ରଖିବେ ।’’

HS


(ରିଲିଜ ଆଡି: 2261897) ପରିଦର୍ଶକ କାଉଣ୍ଟର : 3