ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଅନୁଟିନ୍ ଚାର୍ନଭିରାକୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 MAR 2026 2:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଅନୁଟିନ୍ ଚାର୍ନଭିରାକୁଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ବହୁମୁଖୀ ଭାରତ-ଥାଇଲାଣ୍ଡ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଥାଇଲାଣ୍ଡର ନୂତନ ନେତୃତ୍ୱଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ ସହଭାଗୀ ସଭ୍ୟତାଗତ ଐତିହ୍ୟ, ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ଏବଂ ଲୋକମାନଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ଉପରେ ଗଭୀର ଭାବେ ଆଧାରିତ। ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ଏବଂ ଥାଇଲାଣ୍ଡ ନିଜ ନିଜ ଲୋକମାନଙ୍କ ପାଇଁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସେମାନଙ୍କର ସହଭାଗୀ ଆକାଂକ୍ଷାରେ ଏକଜୁଟ ହୋଇ ରହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:
"ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଅନୁଟିନ୍ ଚାର୍ନଭିରାକୁଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ତାଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି। ମିଳିତ ଭାବେ, ଆମେ ବହୁମୁଖୀ ଭାରତ-ଥାଇଲାଣ୍ଡ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବୁ। ଆମର ସମ୍ପର୍କ ସହଭାଗୀ ସଭ୍ୟତାଗତ ଐତିହ୍ୟ, ଘନିଷ୍ଠ ସାଂସ୍କୃତିକ ସମ୍ପର୍କ ଏବଂ ଲୋକମାନଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କ ଉପରେ ଆଧାରିତ। ଆମ ଲୋକମାନଙ୍କ ପାଇଁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଆମର ସହଭାଗୀ ଆକାଂକ୍ଷାରେ ଭାରତ ଏବଂ ଥାଇଲାଣ୍ଡ ଏକଜୁଟ ହୋଇ ରହିଛନ୍ତି
HS
(ରିଲିଜ ଆଡି: 2255135)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam