ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳମର ଏର୍ଣ୍ଣାକୁଲମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଲୋକାର୍ପଣର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 MAR 2026 8:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାଣବନ୍ତ ଉପକୂଳବର୍ତ୍ତୀ ସହର କୋଚି ଗସ୍ତ କରି,କେରଳମର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଚିକୁ ଆସିବା ସମୟରେ ସବୁବେଳେ ଏକ ଚମତ୍କାର ଅନୁଭବ ହୋଇଥାଏ, "ମୁଁ ଏହି ପ୍ରକଳ୍ପଗୁଡ଼ିକ ପାଇଁ କେରଳର ଲୋକମାନଙ୍କୁ ମୋର ହୃଦୟସ୍ପର୍ଶୀ ଅଭିନନ୍ଦନ ଜଣାଉଛି।"
ଏକ୍ସ ରେ କିଛି ପୋଷ୍ଟ ମାଧ୍ୟମରେ ଝଲକ ବାଣ୍ଟି ଶ୍ରୀ ମୋଦୀ କହିଛନ୍ତି:
"ଆଜି, ସାମୁଦ୍ରିକ ଶୈବାଳ (ସିୱିଡ୍) ଉତ୍ପାଦନରେ ନୂତନ ସୁଯୋଗ ସୃଷ୍ଟି ହେଉଛି। ଆମ ସରକାର ଏହାକୁ ପ୍ରୋତ୍ସାହନ ଦେଉଛି।
ସେହିପରି, ଆମେ ଆଧୁନିକ ମାଛଚାଷ ପ୍ରଣାଳୀକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ।"
*****
MT
(ରିଲିଜ ଆଡି: 2255094)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
Punjabi
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam