ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଖ୍ୟାତ ଲେଖକ, ଚିନ୍ତାନାୟକ ଏବଂ ବୁଦ୍ଧିଜୀବୀ ଶ୍ରୀ ବଲବୀର ପୁଞ୍ଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 19 APR 2026 12:08AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ଲେଖକ, ଚିନ୍ତାନାୟକ ଏବଂ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଶ୍ରୀ ବଲବୀର ପୁଞ୍ଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ବଲବୀର ପୁଞ୍ଜ ଜୀ ଜଣେ ପ୍ରବୀଣ ଲେଖକ, ଚିନ୍ତାନାୟକ ଏବଂ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଥିଲେ ଯିଏ ଗଣମାଧ୍ୟମ ଜଗତରେ ଏକ ସମୃଦ୍ଧ ଅବଦାନ ରଖିଥିଲେ। ତାଙ୍କର ଲେଖାଗୁଡ଼ିକ ବହୁଳ ଭାବରେ ପଠିତ ହୋଇଥିଲା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିଲା। ତାଙ୍କର ସଂସଦୀୟ ଭାଷଣ ତଥ୍ୟ ଏବଂ ତତ୍ତ୍ୱରେ ସମୃଦ୍ଧ ଥିଲା।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ;


“ଶ୍ରୀ ବଲବୀର ପୁଞ୍ଜ ଜୀ ଜଣେ ପ୍ରବୀଣ ଲେଖକ, ଚିନ୍ତାନାୟକ ଏବଂ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଥିଲେ। ସେ ଗଣମାଧ୍ୟମ ଜଗତରେ ଏକ ସମୃଦ୍ଧ ଅବଦାନ ଦେଇଥିଲେ। ତାଙ୍କର ଲେଖାଗୁଡ଼ିକ ବହୁଳ ଭାବରେ ପଠିତ ହୋଇଥିଲା, ଯାହା ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିଲା। ତାଙ୍କର ସଂସଦୀୟ ଭାଷଣ ତଥ୍ୟ ଏବଂ ତତ୍ତ୍ୱରେ ସମୃଦ୍ଧ ଥିଲା।

ଶ୍ରୀ ବଲବୀର ପୁଞ୍ଜ ଜୀ ବିଜେପିକୁ ମଜବୁତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ବିଶେଷ କରି ଛାତ୍ର, ପେଶାଦାର, ବିଦ୍ୱାନ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ସେ ବେଶ୍ ଆଦୃତ ଥିଲେ। ସେ ଗୁଜରାଟ ସମେତ ବିଭିନ୍ନ ରାଜ୍ୟର ଦାୟିତ୍ୱରେ ଥିଲେ। ସେହି ସମୟର ଆମର ସ୍ନେହପୂର୍ଣ୍ଣ ପାରସ୍ପରିକ ଭାବବିନିମୟକୁ ମନେ ପକାଉଛି। ତାଙ୍କ ଦେହାନ୍ତରେ ମର୍ମାହତ। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି।”

ବଲବୀର ପୁଞ୍ଜ ଜୀ ଜଣେ ପ୍ରସିଦ୍ଧ ଲେଖକ ଥିଲେ, ଏବଂ ଜଣେ ଗଭୀର ଚିନ୍ତାନାୟକ ଏବଂ ଜଣେ ସମ୍ମାନିତ ବୁଦ୍ଧିଜୀବୀ ମଧ୍ୟ ଥିଲେ। ଗଣମାଧ୍ୟମ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଲୋକମାନେ ତାଙ୍କ ଲେଖାରେ ଆକର୍ଷିତ ହୋଇଥିଲେ, ଯାହା ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିଲା। ତାଙ୍କର ସଂସଦୀୟ ଭାଷଣ ତଥ୍ୟ ଏବଂ ମାନବିକ ମୂଲ୍ୟବୋଧରେ ପରିପୂର୍ଣ୍ଣ ଥିଲା।

ବଲବୀର ପୁଞ୍ଜ ଜୀ ବିଜେପିକୁ ମଜବୁତ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ କରିଥିଲେ। ଛାତ୍ର, ବୃତ୍ତିଗତ, ବିଦ୍ୱାନ ଏବଂ ବୁଦ୍ଧିଜୀବୀଙ୍କୁ ଦଳ ସହିତ ଯୋଡ଼ିବାରେ ସେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେ ଗୁଜରାଟ ସମେତ ଅନେକ ରାଜ୍ୟ ପାଇଁ ଦଳର ପ୍ରଭାରୀ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟ ମଧ୍ୟରେ ତାଙ୍କ ସହିତ ମୋର ଭାବବିନିମୟ ମୋ ପାଇଁ ଅବିସ୍ମରଣୀୟ ରହିବ। ତାଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି!


****

SSP


(ରିଲିଜ ଆଡି: 2255060) ପରିଦର୍ଶକ କାଉଣ୍ଟର : 7