ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେଦରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2026 9:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ କଥା ହୋଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ନେଦରଲାଣ୍ଡ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛୁ । ସେମି କଣ୍ଡକ୍ଟର, ମେଗା ଜଳପ୍ରକଳ୍ପ, ସବୁଜ ହାଇଡ୍ରୋଜେନ ଏବଂ ପ୍ରତିଭା ଗତିଶୀଳତା ଭଳି କ୍ଷେତ୍ରରେ ଆମର ସହଭାଗିତାର ସମ୍ଭାବନା ଉପରେ ଆଲୋକପାତ କରିଛୁ ।” ପଶ୍ଚିମ ଏସିଆ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନର ଆବଶ୍ୟକତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି, “ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ କଥା ହୋଇ ଖୁସି ହେଲି । ଆମେ ଭାରତ-ନେଦରଲାଣ୍ଡ ସମ୍ପର୍କକୁ ଆହୁରି ମଜବୁତ କରିବାର ଉପାୟ ଉପରେ ଆଲୋଚନା କରିଛୁ ।

ସେମି କଣ୍ଡକ୍ଟର, ମେଗା ଜଳପ୍ରକଳ୍ପ, ସବୁଜ ହାଇଡ୍ରୋଜେନ ଏବଂ ପ୍ରତିଭାର ଗତିଶୀଳତା ଭଳି କ୍ଷେତ୍ରରେ ସମ୍ଭାବନା ଉପରେ ଆଲୋକପାତ କରିଛୁ ।

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନଃସ୍ଥାପନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛୁ ।”

@MinPres

SR


(ରିଲିଜ ଆଡି: 2249229) ପରିଦର୍ଶକ କାଉଣ୍ଟର : 38