ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନଙ୍କ ଭାରତ ଗସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 19 FEB 2026 5:45PM by PIB Bhubaneswar

୧୯ ଫେବୃଆରୀ ୨୦୨୬ରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଭାରତ ଗସ୍ତରେ ଆସିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ, ଏହା ପୂର୍ବରୁ ସେ ସେପ୍ଟେମ୍ବର ୨୦୨୪ରେ ଭାରତ ଆସିଥିଲେ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହାମହିମ ଶେଖ ଖାଲିଦ ବିନ୍ ମହମ୍ମଦଙ୍କୁ ୧୯ ଫେବୃଆରୀରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସାକ୍ଷାତ କରିଥିଲେ। ଉଭୟ ନେତା ଭାରତ-ୟୁଏଇର ବ୍ୟାପକ ରଣନୈତିକ ସହଭାଗୀତାର ମହତ୍ତ୍ୱକୁ ପୁନଃ ପ୍ରମାଣିତ କରିଛନ୍ତି, ଯାହା ଦୃଢ଼ ରାଜନୈତିକ, ସାଂସ୍କୃତିକ, ବାଣିଜ୍ୟିକ, ଶକ୍ତି ଏବଂ ଲୋକମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କକୁ ପ୍ରତିଫଳିତ କରୁଛି। ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିୟାନ ଏବଂ ଆବୁଧାବି ଓ ଦୁବାଇର ରାଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସଫଳ ଭାରତ ଗସ୍ତକୁ ସେମାନେ ସ୍ମରଣ କରିଥିଲେ।

 

ପ୍ରତିରକ୍ଷା ଓ ସୁରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶିକ୍ଷା ଓ ସାଂସ୍କୃତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସଂପର୍କ ଦ୍ୱାରା ହାସଲ ହୋଇଥିବା ଅଗ୍ରଗତିକୁ ନେତାମାନେ ସ୍ୱୀକାର କରିଥିଲେସେମାନେ ଦର୍ଶାଇଥିଲେ ଯେ, ୧୮ ଫେବୃଆରୀ ୨୦୨୬ରେ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) ସ୍ୱାକ୍ଷର ହେବାର ଚାରି ବର୍ଷ ପୂର୍ତ୍ତି ହେଉଛି, ଯେଉଁଥିରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଯାଇଛି।  ଏହା ସହିତ, ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବିନିଯୋଗ ପ୍ରବାହକୁ ପ୍ରଶଂସା କରିଥିଲେ ଏବଂ ୟୁଏଇର ସାର୍ବଭୌମ ସମ୍ପତ୍ତି ପାଣ୍ଠିକୁ ଭାରତୀୟ ଅର୍ଥନୀତିରେ ଆଗାମୀ ଦିନରେ ମଧ୍ୟ ନିବେଶ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ, ଉଭୟ ନେତା ପାରସ୍ପରିକ ଲାଭ ପାଇଁ ଏହି ସହଭାଗିତାକୁ ମଜଭୁତ କରିବା ନିମେନ୍ତ ନୂତନ ସାର୍ବଭୌମ ପାଣ୍ଠି ଭାବରେ ଲ୍‌ଇମାଦ୍‌ (L’Imad)’ ର ସମ୍ଭାବନାକୁ ସ୍ୱୀକାର କରିଥିଲେ। ମହାକାଶ, ଆଣବିକ ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଭଳି ରଣନୀତିକ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ମିଳିତ ସୁଯୋଗ ବିଷୟରେ ସେମାନେ ଆଲୋଚନା କରିଥିଲେ।

 

ଦୁଇ ନେତା ମଧ୍ୟ ନିମ୍ନଲିଖିତ ପଦକ୍ଷେପକୁ ସ୍ୱାଗତ କରିଥିଲେ, ଯାହା ପାରମ୍ପରିକ ଏବଂ ନୂତନ ସହଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବାର ପଥ ପ୍ରସ୍ତୁତ କରିଥାଏ:

 

ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଚିକିତ୍ସା କ୍ଷେତ୍ରରେ ସହଯୋଗ ଉପରେ ସଂଯୁକ୍ତ ଆରବ ଏମିରେଟ୍ସର ସ୍ୱାସ୍ଥ୍ୟ ଏବଂ ନିରାକରଣ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ଚୂଡାନ୍ତକରଣ: ଉଭୟ ଦେଶର ଲୋକଙ୍କ ପାଇଁ ହିତକର ସ୍ୱାସ୍ଥ୍ୟ ବିନିମୟରେ ଆନୁଷ୍ଠାନିକ ସହଯୋଗ, ଅନୁସନ୍ଧାନ, ଡିଜିଟାଲ ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ ଏବଂ ଆଧୁନିକ ଜ୍ଞାନକୌଶଳ ବିକାଶ ପାଇଁ ଏମଓୟୁ ମିଳିତ ଉଦ୍ୟମକୁ ପ୍ରୋତ୍ସାହିତ କରିବ।

 

ଭାରତରେ ସୁପର କମ୍ପ୍ୟୁଟର କ୍ଲଷ୍ଟର ନିୟୋଜନ ପାଇଁ ସେଣ୍ଟର ଫର ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ, ଜି 42 ଏବଂ ମହମ୍ମଦ ବିନ ଜାଏଦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଟର୍ମ ସିଟ୍‌ର ଚୂଡାନ୍ତକରଣ: ଏହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦଙ୍କ ଦ୍ୱାରା ସଂଯୁକ୍ତ ଭାବେ ଘୋଷିତ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ଆରମ୍ଭ କରେ। ଏହି ସୁପରକମ୍ପ୍ୟୁଟର କ୍ଲଷ୍ଟର ଏଆଇ ଇଣ୍ଡିଆ ମିଶନର ଅଂଶ ହେବ ଏବଂ ଗବେଷଣା, ଆପ୍ଲିକେସନ୍‌ ବିକାଶ ଓ ବାଣିଜ୍ୟିକ ବ୍ୟବହାର ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉପଲବ୍ଧ ହେବ।

 

ଗୁଜୁରାଟର GIFT ସିଟିରେ ଆବୁଧାବି ଜାତୀୟ ବୀମା କମ୍ପାନୀର କାର୍ଯ୍ୟାଳୟ ସ୍ଥାପନ

 

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମହାମହିମ ଶେଖ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ଏଆଇ ସମିଟ୍‌ ଆୟୋଜନ ପାଇଁ ସ୍ୱିଜରଲ୍ୟାଣ୍ଡର ପଦକ୍ଷେପକୁ ସ୍ୱାଗତ କରିଥିଲେ, ଯାହା ପରେ ୟୁଏଇରେ ଆୟୋଜିତ ହେବ।

 

ଏହି ଗସ୍ତ ଭାରତ ଓ ୟୁଏଇ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ନେତୃତ୍ୱ ସମ୍ପର୍କର ପରମ୍ପରାକୁ ପୁନଃ ପ୍ରମାଣିତ କରିଛି। ଏହା ଭାରତ - ୟୁଏଇ ଟେକ୍ନୋଲୋଜୀ ସହଭାଗୀତା ପାଇଁ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତାକୁ ଆହୁରି ଦୃଢ କରି, ଦ୍ୱିପାକ୍ଷିକ ସମ୍ପର୍କର ମୂଳ ସ୍ତମ୍ଭ ଭାବରେ ଏଆଇ ଏବଂ ଉନ୍ନତ ଜ୍ଞାନକୌଶଳକୁ ଉନ୍ନତ କରିଛି

 

*****

MT

 


(ରିଲିଜ ଆଡି: 2248830) ପରିଦର୍ଶକ କାଉଣ୍ଟର : 19