ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଟି ନାଓ ଗ୍ଲୋବାଲ୍ ବାଣିଜ୍ୟ ସମ୍ମିଳନୀ ୨୦୨୬ର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
14 FEB 2026 11:29AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଟି ନାଓ ଗ୍ଲୋବାଲ୍ ବାଣିଜ୍ୟ ସମ୍ମିଳନୀ ୨୦୨୬ର ଏକ ଝଲକ ସେୟାର କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ବାଣିଜ୍ୟ ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ "ବିଘ୍ନର ଏକ ଦଶନ୍ଧି, ପରିବର୍ତ୍ତନର ଏକ ଶତାବ୍ଦୀ" ବିଷୟବସ୍ତୁ ଉପରେ ମତାମତ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ୨୧ ଶତାବ୍ଦୀର ଗତ ଦଶନ୍ଧିରେ ଅଭୂତପୂର୍ବ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁଥିରେ ବିଶ୍ୱବ୍ୟାପୀ ମହାମାରୀ, ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ଓ ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳ ଭାଙ୍ଗିପଡ଼ିଛି ଯାହା ବିଶ୍ୱ ସନ୍ତୁଳନକୁ ଦୋହଲାଇ ଦେଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସଙ୍କଟ ସମୟରେ ଏକ ରାଷ୍ଟ୍ରର ପ୍ରକୃତ ଶକ୍ତି ପ୍ରକାଶ ପାଏ ଏବଂ ଗର୍ବ ପ୍ରକାଶ କରିଥିଲେ ଯେ, ଏହି ବାଧାବିଘ୍ନ ସତ୍ତ୍ୱେ, ଭାରତର ଦଶନ୍ଧି ଉଲ୍ଲେଖନୀୟ ବିକାଶ, ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ ଏବଂ ଗଣତନ୍ତ୍ରର ସୁଦୃଢ଼ୀକରଣ ଦ୍ୱାରା ଚିହ୍ନିତ ହୋଇଛି। ସେ ଦୃଢ଼ ଭାବରେ କହିଥିଲେ ଯେ, ଭାରତ ବିଶ୍ୱ ଅଭିବୃଦ୍ଧିକୁ ଆଗେଇ ନେବ ଏବଂ ବିଶ୍ୱ ଅର୍ଥନୀତିର ନୂତନ ଇଞ୍ଜିନ୍ ଭାବରେ ଉଭା ହେବ।
ଏକ୍ସର ପୋଷ୍ଟଗୁଡ଼ିକର ଏକ କ୍ରମରେ ଶ୍ରୀ ମୋଦୀ କହିଛନ୍ତି;
"ଅନେକ ବାଧାବିଘ୍ନ ମଧ୍ୟରେ, ଏହି ଦଶନ୍ଧି ଭାରତ ପାଇଁ ଅଭୂତପୂର୍ବ ବିକାଶର ଏକ ଦଶକ ହୋଇଛି, ଯାହା ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ ଏବଂ ଆମର ଗଣତନ୍ତ୍ରକୁ ସୁଦୃଢ଼ କରିଥିବା ପ୍ରୟାସ ଦ୍ୱାରା ଚିହ୍ନିତ"
ଏକ୍ସରେ ଥିବା କିଛି ପୋଷ୍ଟରେ, ଶ୍ରୀ ମୋଦୀ କହିଥିଲେ;
“ବହୁ ସଂଖ୍ୟକ ବାଧାବିଘ୍ନ ମଧ୍ୟରେ, ଏହି ଦଶକ ଭାରତ ପାଇଁ ଅପୂର୍ବ ଉନ୍ନତିର ଦଶକ ହୋଇଛି, ଯାହା ସୁଦୃଢ଼ କାର୍ଯ୍ୟନିଷ୍ପାଦନ ଏବଂ ଆମ ଗଣକତନ୍ତ୍ରକୁ ଶକ୍ତିଶାଳୀ କରିଥିବା ପ୍ରୟାସ ଦ୍ୱାରା ଚିହ୍ନିତ ହୋଇଛି।”
*****
MT
(ରିଲିଜ ଆଡି: 2245572)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada