ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ଇଦ୍‌ ଏବଂ ନୌରଜର ଶୁଭକାମନା ଜଣାଇଲେ; କ୍ଷେତ୍ରୀୟ ସ୍ଥିରତା ଓ ସାମୁଦ୍ରିକ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ

ପୋଷ୍ଟ କରାଯିବା ଦିନାଙ୍କ: 21 MAR 2026 4:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ୍‌ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କ୍ଷେତ୍ରୀୟ ଘଟଣାକ୍ରମ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ଇଦ୍ ଏବଂ ନୌରୋଜର ପବିତ୍ର ଅବସରରେ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିୟନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଏହି ପାର୍ବଣ ଋତୁ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ଏକ ସମୟ ଆଣିବ ବୋଲି ଆଲୋଚନା ସମୟରେ ଉଭୟ ନେତା ମିଳିତ ଭାବେ ଆଶା ପ୍ରକାଶ କରିଥିଲେ। ଶ୍ରୀ ମୋଦୀ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏପରି କାର୍ଯ୍ୟ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇଛି । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରୁଛି। ପ୍ରଧାନମନ୍ତ୍ରୀ ଜାହାଜ ଚଳାଚଳ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ ଖୋଲା ଓ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ, ଶ୍ରୀ ମୋଦୀ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ଇରାନର ନିରନ୍ତର ସମର୍ଥନ ପାଇଁ ତାଙ୍କର ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ। 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:

‘‘ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିୟନଙ୍କ ସହ କଥା ହେଲି ଏବଂ ଇଦ୍ ଓ ନୌରୋଜର ଶୁଭେଚ୍ଛା ଜଣାଇଲି। ଏହି ପାର୍ବଣ ଋତୁ ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିବ ବୋଲି ଆମେ ଆଶା ପ୍ରକାଶ କରିଛୁ।

ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଉଥିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କଲି। 

ଜାହାଜ ଚଳାଚଳ କ୍ଷେତ୍ରରେ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବା ନିଶ୍ଚିତ କରିବାର ଗୁରୁତ୍ୱକୁ ଦୋହରାଇଲି।

ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଇରାନର ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ଜଣାଇଲି।’’

******

PS/Swadhin


(ରିଲିଜ ଆଡି: 2243455) ପରିଦର୍ଶକ କାଉଣ୍ଟର : 21