ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ. ଏକ୍ସ. ଟି. ଶିଖର ସମ୍ମିଳନୀରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2026 12:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଆଇ. ଟି. ଭି. ନେଟୱାର୍କର ଏନ୍. ଏକ୍ସ. ଟି. ଶିଖର ସମ୍ମିଳନୀରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଏକ ବିକଶିତ ରାଷ୍ଟ୍ର ହେବାର ବର୍ତ୍ତମାନର ପ୍ରୟାସ ମଧ୍ୟରେ ସାମଞ୍ଜସ୍ୟକୁ ରେଖାଙ୍କିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଯେପରି ୧୯୩୦ ର ପଦଯାତ୍ରା ଦେଶକୁ ସ୍ୱାଧୀନତା ଦିଗରେ ଏକଜୁଟ କରିଥିଲା, ସେହିପରି ବର୍ତ୍ତମାନର "ବିକଶିତ ଭାରତ" ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ।

ଏକ୍ସ ରେ ଏକାଧିକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ଯାହାକୁ ଏକଦା ଭାରତରେ 'ନେକ୍ସଟ୍ ଟୁ ଇମ୍ପସିବଲ୍’ ବୋଲି ବିବେଚନା କରାଯାଉଥିଲା, ଆଜିର ଭାରତ ତାହାକୁ ଅନୁଭବ କରୁଛି। "

"ଆଜି, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ବୈଶ୍ୱିକ ସଙ୍କଟର ମୁକାବିଲା କରିବା ପାଇଁ ଭାରତ କୌଣସି ପ୍ରୟାସ ଛାଡ଼ୁନାହିଁ।"

"ଗତ ଏକ ଦଶନ୍ଧି ମଧ୍ୟରେ ଆମ ସରକାରଙ୍କ ପ୍ରୟାସ ଯୋଗୁଁ ମାଓବାଦୀ ଆତଙ୍କବାଦ ଶେଷ ନିଃଶ୍ୱାସ ନେଉଛି। ଏହାର ପରିଣାମ ସ୍ୱରୂପ, ଯେଉଁ ଅଞ୍ଚଳଗୁଡ଼ିକ ଏକଦା ଭୟର ଛାୟାରେ ରହିବାକୁ ବାଧ୍ୟ ହୋଇଥିଲେ, ଆଜି ସେମାନେ ବିକାଶର ନୂତନ ଶକ୍ତି ସଞ୍ଚାର କରୁଛନ୍ତି

HS


(ରିଲିଜ ଆଡି: 2240375) ପରିଦର୍ଶକ କାଉଣ୍ଟର : 7