ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2026 6:51PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭର ଝଲକ ସେୟାର କରିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
"ଦିଲ୍ଲୀର ସରୋଜିନୀ ନଗରସ୍ଥିତ ଜିପିଆରଏ କ୍ୱାର୍ଟର୍ସରେ ମହିଳା ଆବଣ୍ଟନକାରୀଙ୍କୁ ସେମାନଙ୍କ ନୂଆ ଘରର ଚାବି ହସ୍ତାନ୍ତର କରି ଖୁସି ଲାଗୁଛି। ସରକାରୀ କର୍ମଚାରୀଙ୍କ ପାଇଁ ଆଧୁନିକ ସୁବିଧା ଥିବା ଏହି ଘରଗୁଡ଼ିକ ଭିତ୍ତିଭୂମି ବିକାଶ ପ୍ରତି ଆମର ପ୍ରତିବଦ୍ଧତାର ଏକ ଦୃଢ ଉଦାହରଣ ।
"ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଆମର ନାରୀ ଶକ୍ତିଙ୍କ ସହ ଯୋଗାଯୋଗ କରି ନୂତନ ଶକ୍ତି ଅନୁଭବ କରାଯାଇଛି, ଯେଉଁମାନେ ଜିପିଆରଏ କ୍ୱାର୍ଟର୍ସ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।
"ଆଜି ମୋତେ ଦିଲ୍ଲୀ ମେଟ୍ରୋ ସହ ଜଡ଼ିତ ଏକ ପ୍ରଦର୍ଶନୀ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ଏହା ବୁଝାଯାଇଥିଲା ଯେ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ମେଟ୍ରୋ ରେଳ କିପରି ଦିଲ୍ଲୀବାସୀଙ୍କ ଜୀବନକୁ ଅଧିକ ସୁଗମ ଏବଂ ସୁବିଧାଜନକ କରୁଛି।
"ଅନ୍ତର୍ଜାତୀୟ ମହିଳା ଦିବସରେ ମୋର ମାଆ, ଭଉଣୀ ଏବଂ ଝିଅମାନଙ୍କ ସହ କଥାବାର୍ତ୍ତା କରିବାର ସୌଭାଗ୍ୟ ପାଇଲି। ଏହି ସମୟରେ ନାରୀ ଶକ୍ତିର ଆତ୍ମବିଶ୍ୱାସ ଦେଖି ଗର୍ବ ଅନୁଭବ ହେଉଥିଲା ।
"ଆଜି ନୂଆଦିଲ୍ଲୀରେ ନାରୀ ଶକ୍ତିକୁ ଆୟୁଷ୍ମାନ କାର୍ଡ ଏବଂ ସ୍ୱନିଧି କ୍ରେଡିଟ୍ କାର୍ଡ ହସ୍ତାନ୍ତର କରିବାର ସୌଭାଗ୍ୟ ମିଳିଛି। ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
"ବିକାଶ ପାଇଁ ଦିଲ୍ଲୀରେ ମୋ ପରିବାର ସଦସ୍ୟଙ୍କ ଉତ୍ସାହ ଏବଂ ଖୁସି ଅଧିକ ଥିଲା।"
ଦିଲ୍ଲୀର ବିକାଶ ସମଗ୍ର ଦେଶର ଭାବମୂର୍ତ୍ତି ସହିତ ଯୋଡ଼ି ହୋଇ ରହିଛି। ତେଣୁ ଏଠାରେ ମେଟ୍ରୋ ସୁବିଧା ସହିତ ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣ ଦେଖି ମୁଁ ବହୁତ ଖୁସି ।
"ଆପ ଦା ୱାଲୋଁ କି ତରାହ ହୈ-କମ୍ କାମ, ଅଧିକ ବାହାନା। ଆଜି ଦିଲ୍ଲୀରେ ବିକାଶର ମଡେଲ ହେଉଛି-ବାହାନେ ବନ୍ଦ, କାମ ସୁରୁ "
"ଆମ ସରକାର ରାସ୍ତାକଡ଼ ବିକ୍ରେତାମାନଙ୍କ ପାଇଁ ସ୍ୱନିଧି କ୍ରେଡିଟ୍ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଡ ଗରିବଙ୍କ ପାଇଁ ଆତ୍ମସମ୍ମାନର ଏକ ନୂତନ ମାଧ୍ୟମ ହେବାରେ ଲାଗିଛି ।
"ଆଜି, ଅନ୍ତର୍ଜାତୀୟ ମହିଳା ଦିବସରେ, ମୁଁ ଅତ୍ୟନ୍ତ ଗର୍ବର ସହ କହୁଛି ଯେ ଦେଶ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଯେଉଁ ଶପଥ ନେଇଥିଲା ତାହା ପୂରଣ ହୋଇଛି। ଆଜି ଆମେ ଶପଥ ନେଉଛୁ ଯେ ଆହୁରି ୩ କୋଟି ଦିଦି 'ଲକ୍ଷପତି ଦିଦି ’ ହେବେ ।
"ଆଜି ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି ଏବଂ ଗତକାଲି ପଶ୍ଚିମବଙ୍ଗର ଟିଏମସି ସରକାର ଦେଶର ରାଷ୍ଟ୍ରପତି ସମ୍ମାନନୀୟ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଘୋର ଅପମାନ କରିଛନ୍ତି । ତାଙ୍କର କାର୍ଯ୍ୟକ୍ରମ ଅବ୍ୟବସ୍ଥାକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଜଣେ ମହିଳାଙ୍କୁ ଅପମାନିତ କରିବା, ଜଣେ ଆଦିବାସୀଙ୍କୁ ଅପମାନିତ କରିବା ଏବଂ ଦେଶର ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ପାଇଁ ପଶ୍ଚିମବଙ୍ଗର ପ୍ରବୁଦ୍ଧ ଲୋକମାନେ ଟିଏମସିକୁ କଦାପି କ୍ଷମା କରିବେ ନାହିଁ ।’’
HS
(ରିଲିଜ ଆଡି: 2237025)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam