ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଉତ୍ତର ପ୍ରଦେଶରେ ଏଚସିଏଲ-ଫକ୍ସକନ ସେମିକଣ୍ଡକ୍ଟର ସୁବିଧା ପ୍ରତିଷ୍ଠା ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 FEB 2026 8:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ଏଚସିଏଲ-ଫକ୍ସକନ ସେମିକଣ୍ଡକ୍ଟର ପ୍ରତିଷ୍ଠା ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି

ଏକ୍ସରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି

"ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଉତ୍ତର ପ୍ରଦେଶ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି ଏଚସିଏଲ ଏବଂ ଫକ୍ସକନର ନୂତନ କାରଖାନା ଟେକ୍ନୋଲୋଜି ପାୱାରହାଉସ୍ ଭାବରେ ୟୁପିର ନୂତନ ପରିଚୟକୁ ଆହୁରି ମଜବୁତ କରିବ  ।”

"ଏହି ଦଶନ୍ଧି ହେଉଛି ଭାରତର ବୈଷୟିକ ଯୁଗ ସବୁଜ ଶକ୍ତି ଠାରୁ ଆରମ୍ଭ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ, ଏହି ଦଶନ୍ଧିରେ ଭାରତ ଟେକ୍ନୋଲୋଜି କ୍ଷେତ୍ରରେ ଯାହା କରୁଛି, ତାହା   ଏକବିଂଶ ଶତାବ୍ଦୀରେ ଆମର ଶକ୍ତିର ଆଧାର ହେବ ।’’

"ଗତ ୧୧ ବର୍ଷ ମଧ୍ୟରେ, ଭାରତ ବାରମ୍ବାର ଦର୍ଶାଇଛି ଯେ ଆମେ ଯାହା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ତାହା ହାସଲ କରିଛୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏହାର ଅନେକ ଉଦାହରଣ ରହିଛି ।’’

HS


(ରିଲିଜ ଆଡି: 2232583) ପରିଦର୍ଶକ କାଉଣ୍ଟର : 51