କ୍ୟାବିନେଟ
azadi ka amrit mahotsav

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ


ପୂର୍ବ ଉତ୍ତର-ଦକ୍ଷିଣ କରିଡର ଅଧୀନରେ ଯୋଗାଯୋଗ ସୁଦୃଢ଼ିକରଣ ଓ ନଗର ଯାତାୟାତକୁ ନୂତନ ଗତି

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2026 3:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ଗିଫ୍ଟ ସିଟିରୁ ଶାହପୁର ପର୍ଯ୍ୟନ୍ତ ୩.୩୩ କିଲୋମିଟର ଲମ୍ବା ସମ୍ପ୍ରସାରଣକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ତିନୋଟି ଉଚ୍ଚ ଷ୍ଟେସନ ଅନ୍ତର୍ଭୁକ୍ତ ରହିବ। ଏହି ପ୍ରକଳ୍ପ ପ୍ରାୟ ଚାରି ବର୍ଷ ମଧ୍ୟରେ ସମାପ୍ତ ହେବାର ଯୋଜନା ରହିଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୧,୦୬୭.୩୫ କୋଟି ହେବ। ଏହି ସମ୍ପ୍ରସାରିତ କରିଡର ୨୦୨୯ ମସିହାରେ ପ୍ରାୟ ୨୩,୭୦୨ ଯାତ୍ରୀ ଏବଂ ୨୦୪୧ ମସିହାରେ ପ୍ରାୟ ୫୮,୦୫୯ ଜଣ ଯାତ୍ରୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି।

ଏହି କରିଡର ଅହମ୍ମଦାବାଦ ଏବଂ ଗିଫ୍ଟ ସିଟି ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ପ୍ରସ୍ତାବିତ ରୁଟରେ ଅବସ୍ଥିତ ପ୍ରମୁଖ ବହୁରାଷ୍ଟ୍ରୀୟ କମ୍ପାନୀ, ଶିକ୍ଷାନୁଷ୍ଠାନ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ସିଧାସଳଖ ଉପକୃତ ହେବେ।

ଏହା ସହିତ, ଏହି ସମ୍ପ୍ରସାରଣ ଅହମ୍ମଦାବାଦ ଏବଂ ଗିଫ୍ଟ ଅଞ୍ଚଳ ମଧ୍ୟରେ ଯାତ୍ରା କରୁଥିବା ପ୍ରତିଦିନ ଯାତ୍ରୀଙ୍କୁ ସେମାନଙ୍କର ବ୍ୟବସାୟ, ନିଯୁକ୍ତି ଏବଂ ଶିକ୍ଷା ସମ୍ବନ୍ଧୀୟ ଯାତ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଲାଭଦାୟକ ହେବ । ଏହା ଦ୍ଵାରା ନେଟୱାର୍କ ସମନ୍ୱୟ ଏବଂ ଯାତ୍ରୀ ସୁବିଧାରେ ଉଲ୍ଲେଖନୀୟ ବୃଦ୍ଧି ହେବ।

ଏହି ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି। ନିର୍ମାଣ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୨୫୦ ଜଣ ଲୋକଙ୍କୁ ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ନିଯୁକ୍ତି ଦିଆଯିବ। ଏହି ପ୍ରକଳ୍ପ ଉପରେ ଉଲ୍ଲେଖ କରାଯାଇଥିବା ସଂଖ୍ୟା ସହିତ ସମାନ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ, ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଆହୁରି ଅଧିକ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।

ଏହି ପ୍ରକଳ୍ପକୁ ଗୁଜୁରାଟ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ (ଜିଏମଆରସି) ଦ୍ୱାରା କାର୍ଯ୍ୟକାରୀ କରାଯିବ, ଯାହା ଭାରତ ସରକାର ଏବଂ ଗୁଜୁରାଟ ସରକାରଙ୍କ ମଧ୍ୟରେ ଏକ ୫୦:୫୦ ଯୌଥ ଉଦ୍ୟମ।

ପୃଷ୍ଠଭୂମି:

ବର୍ତ୍ତମାନ, ଗୁଜୁରାଟ ମେଟ୍ରୋର ୬୮.୨୮କିଲୋମିଟର ଅହମ୍ମଦାବାଦ ମେଟ୍ରୋ ପର୍ଯ୍ୟାୟ-୧ {ଏପିଏମସି ରୁ ମୋଟେରା ଷ୍ଟାଡିୟମ (ଉତ୍ତର-ଦକ୍ଷିଣ କରିଡର) ଏବଂ ଥଲତେଜ ଗାମ ରୁ ଭାଷ୍ଟ୍ରାଲ ଗାମ (ପୂର୍ବ-ପଶ୍ଚିମ କରିଡର)} ଏବଂ ପର୍ଯ୍ୟାୟ-୨ (ମୋଟେରା ଷ୍ଟାଡିୟମରୁ ମହାତ୍ମା ମନ୍ଦିର ଏବଂ ଜିଏନଏଲୟୁ ରୁ ଗିଫ୍ଟ ସିଟି) କାର୍ଯ୍ୟକ୍ଷମ ରହିଛି। ଏଥିରେ ମୋଟ ୫୩ଟି ଷ୍ଟେସନ ଥିବାବେଳେ ସେପ୍ଟେମ୍ବର-୨୦୨୨ରୁ ପର୍ଯ୍ୟାୟ-୧  ଏବଂ ଜାନୁଆରୀ-୨୦୨୬ରୁ ପର୍ଯ୍ୟାୟ-୨ କାର୍ଯ୍ୟକ୍ଷମ ରହିଛି। ଏହି ଲାଇନରେ ଦୈନିକ ପ୍ରାୟ ୧ ଲକ୍ଷ ୬୦ ହଜାର ଯାତ୍ରୀ ଯାତାୟାତ କରିଥାନ୍ତି।

TKM


(ରିଲିଜ ଆଡି: 2232410) ପରିଦର୍ଶକ କାଉଣ୍ଟର : 8