ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 FEB 2026 8:48AM by PIB Bhubaneshwar
ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂରଦୃଷ୍ଟି ସମ୍ପନ୍ନନେତା, ଅସାଧାରଣ ପ୍ରଶାସକ, ରଣନୈତିକ ଚିନ୍ତାନାୟକ ଏବଂ ସ୍ୱରାଜ୍ୟର ଚାମ୍ପିଅନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ମହାରାଜଙ୍କ ସାହସ ନିରନ୍ତର ଅନୁପ୍ରାଣିତ କରୁଛି, ତାଙ୍କ ଶାସନ ଏକ ମାର୍ଗଦର୍ଶକ ଆଲୋକ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କର ନ୍ୟାୟ ଏବଂ ଆତ୍ମସମ୍ମାନର ଭାବନା ଆଜି ମଧ୍ୟ ସମାଜକୁ ସୁଦୃଢ଼ କରୁଛି।
ସେ ଗୁରୁତ୍ୱାରୋପ କରିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜ ସର୍ବଦା ପ୍ରତ୍ୟେକ ବ୍ୟକ୍ତିର କଲ୍ୟାଣକୁ ସବୁଠାରୁ ଉପରେ ରଖିଥିଲେ ଏବଂ ସେମାନଙ୍କ ସୁରକ୍ଷା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିଲେ। ଏହି ପ୍ରତିବଦ୍ଧତା କାରଣରୁ ତାଙ୍କ ଜୀବନ ପିଢ଼ି ପରେ ପିଢ଼ି ଭାରତ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିଛି।
ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ, ଆମେ ଦୂରଦୃଷ୍ଟିସମ୍ପନ୍ନ ନେତା, ଅସାଧାରଣ ପ୍ରଶାସକ, ରଣନୈତିକ ଚିନ୍ତାନାୟକ ଏବଂ ସ୍ୱରାଜ୍ୟର ଚାମ୍ପିଅନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛୁ।
ତାଙ୍କର ସାହସ ଆମକୁ ଅନୁପ୍ରାଣିତ କରୁ, ତାଙ୍କର ଶାସନ ଆମକୁ ମାର୍ଗଦର୍ଶନ କରୁ ଏବଂ ତାଙ୍କର ନ୍ୟାୟ ଏବଂ ଆତ୍ମସମ୍ମାନର ଭାବନା ଆମ ସମାଜକୁ ମଜବୁତ କରୁ ।’’
HS
(ରିଲିଜ ଆଡି: 2230308)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam