ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୬,୯୫୦ କୋଟି ଟଙ୍କାର ଆସାମ କାଳିଆବୋର କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ଭୂମି ପୂଜନର କିଛି ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 JAN 2026 5:04PM by PIB Bhubaneswar

୬,୯୫୦ କୋଟି ଟଙ୍କାର ଆସାମର କାଳିଆବୋର କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ଭୂମି ପୂଜନ ଉତ୍ସବରେ ଯୋଗଦାନର କିଛି ଝଲକ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି

ଏକ୍ସରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ,

‘ଆସାମର କାଳିଆବୋର କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ଭୂମି ଭୂଜନ ଉତ୍ସବର ଶିଳାନ୍ୟାସ କରିବା ଅସୀମ ଗର୍ବ ସୌଭାଗ୍ୟର କଥା ଏହା ଦ୍ୱାରା ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ପରିବେଶ ସଂରକ୍ଷଣ ଦିଗରେ ହେଉଥିବା ଉଦ୍ୟମକୁ ଏହା ମଜଭୂତ କରିବ ।’

‘କାଳିଆବୋର ପୂରା ଆସାମ ଲୋକଙ୍କ ଉତ୍ସାହ ରାଜ୍ୟର ବିଭିନ୍ନ ବିକାଶରେ ଡବଲ ଇଞ୍ଜିନ ଏନଡିଏ ସରକାରରେ ରହିଥିବା ବିଶ୍ୱାସରେ ପ୍ରତିଭାତ ।’

‘କଂଗ୍ରେସ ସବୁଠାରେ ପରାସ୍ତ ହେଉଛି

ବିକାଶର କୌଣସି ଏଜେଣ୍ଡା ନଥିବାରୁ ମହାରାଷ୍ଟ୍ରର ପ୍ରମୁଖ ସହରରେ ହୋଇଥିବା ନିର୍ବାଚନରେ ସେମାନେ ମୂଳପୋଛ ହୋଇଗଲେ

କାଜିରଙ୍ଗା କିମ୍ବା ଆସାମର ଉନ୍ନତି ଲାଗି ସେଭଳି କଂଗ୍ରେସ ଦଳ କେବେ ବି କାମ କରିପାରିବନି ।’

‘ବନ୍ୟପ୍ରାଣୀ ସଂରକ୍ଷଣ ସହ ପର୍ଯ୍ୟଟନର ବିକାଶ ଲାଗି କାଳିଆବୋରରୁ ନୂମାଲିଗଡ ଯାଏ ଏକ ଉନ୍ନତଧରଣର କରିଡର ବିକଶିତ ହେଉଛି ।’

‘ରାସ୍ତାଘାଟ, ରେଳପଥ, ଆକାଶ ଜଳପଥରେ ଆସାମର ବିକାଶ ଲାଗି ଆମେ ପଛରେ ନାହୁଁ ।’

‘କଂଗ୍ରେସର କେବଳ ଗୋଟିଏ ପଲିସି ଶକ୍ତିକୁ ହାତମୁଠାରେ ରଖି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା

କିନ୍ତୁ ମୁଁ ସୁନିଶ୍ଚିତ ଯେ, ଆସାମ ମାଟିରୁ ଏପ୍ରକାର ମାନସିକତା ପାଇଁ କଂଗ୍ରେସ ଉଚିତ ଜବାବ ପାଇବ ।’

PBD


(रिलीज़ आईडी: 2229234) आगंतुक पटल : 26
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada