ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାନ ସମାଜ ସଂସ୍କାରକ ଶ୍ରୀ ସନ୍ଥ ସେବାଲାଲ ମହାରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 15 FEB 2026 2:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ସମାଜ ସଂସ୍କାରକ ଶ୍ରୀ ସନ୍ଥ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସତ୍ୟ, ଅହିଂସା ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧର ବାର୍ତ୍ତା ବିସ୍ତାର କରି ସେ ସମାଜରେ ଏକ ନୂତନ ଚେତନା ସୃଷ୍ଟି କରିଥିଲେ। ତାଙ୍କର ପ୍ରେରଣାଦାୟୀ ଜୀବନ ସର୍ବଦା ଦେଶର ଲୋକଙ୍କୁ ମାର୍ଗଦର୍ଶନ କରିବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ’ ରେ ପୋଷ୍ଟ କରିଛନ୍ତି:

"ମହାନ ସମାଜ ସଂସ୍କାରକ ଶ୍ରୀ ସନ୍ଥ ସେବାଲାଲ ମହାରାଜଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ସେ ସତ୍ୟ, ଅହିଂସା ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧର ବାର୍ତ୍ତା ଦେଇ ସମାଜରେ ଏକ ନୂତନ ଚେତନା ସଞ୍ଚାର କରିଥିଲେ। ତାଙ୍କର ପ୍ରେରଣାଦାୟୀ ଜୀବନ ସର୍ବଦା ଦେଶବାସୀଙ୍କୁ ମାର୍ଗଦର୍ଶନ କରିବ।

ଜୟ ସେବାଲାଲ !’’

HS


(ରିଲିଜ ଆଡି: 2228562) ପରିଦର୍ଶକ କାଉଣ୍ଟର : 25