ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 12 JAN 2026 10:13AM by PIB Bhubaneswar

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ, ସ୍ୱାମିଜୀଙ୍କ ବାଣୀ ଓ ବ୍ୟକ୍ତିତ୍ୱ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ବାରମ୍ବାର ଅନୁପ୍ରେରିତ କରିଆସୁଛି । ‘ମୋର ଇଚ୍ଛା ଯେ ଜାତୀୟ ଯୁବ ଦିବସର ଏହି ଦିବ୍ୟ ଅବସର ନାଗରିକ ଓ ବିଶେଷକରି ଯୁବକଙ୍କ ଲାଗି ନୂଆ ଊର୍ଜ୍ଜା ଓ ନୂଆ ଆତ୍ମବିଶ୍ୱାସ ଆଣିବ ।’

ଟ୍ୱିଟରରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ଭାରତୀୟ ଯୁବଶକ୍ତିଙ୍କ ସଶକ୍ତ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମୋର ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ତାଙ୍କର ବ୍ୟକ୍ତିତ୍ୱ ଓ କୃତିତ୍ୱ ବିକଶିତ ଭାରତ ନିର୍ମାଣ ସଂକଳ୍ପ କ୍ଷେତ୍ରରେ ନିରନ୍ତର ନୂଆ ଊର୍ଜ୍ଜା ସଂଚରଣ କରିବ । ଜାତୀୟ ଯୁବ ଦିବସର ଏହି ଦିବ୍ୟ ଅବସର ସବୁ ଦେଶବାସୀ ଓ ବିଶେଷକରି ଯୁବକଙ୍କ ଲାଗି ନୂଆ ଶକ୍ତି ଓ ନୂଆ ଊର୍ଜ୍ଜା ଆଣିବ ।’

PBD


(रिलीज़ आईडी: 2224253) आगंतुक पटल : 25
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam