ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ଭୋଟର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ଭୋଟର ହେବା ଏକ ଉତ୍ସବର ଅବସର, ମାଇ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 25 JAN 2026 9:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଭୋଟର ଦିବସ ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦିନ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସକୁ ଆହୁରି ଗଭୀର କରିବାର ଏକ ସୁଯୋଗ। ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ସେ ଭାରତର ନିର୍ବାଚନ ଆୟୋଗଙ୍କ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ। 
ଭୋଟରଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଜଣେ ଭୋଟର ହେବା କେବଳ ଏକ ସାମ୍ବିଧାନିକ ବିଶେଷାଧିକାର ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ଯାହା ପ୍ରତ୍ୟେକ ନାଗରିକଙ୍କୁ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ସ୍ୱର ଦେଇଥାଏ। ସର୍ବଦା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଏବଂ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଏକ ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରାଯାଇପାରିବ। 
ଶ୍ରୀ ମୋଦୀ ଭୋଟର ହେବା ଏକ ଉତ୍ସବର ଅବସର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରଥମ ଥର ପାଇଁ ଭୋଟରମାନଙ୍କୁ ଉତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 
ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ମାଇଁ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ଯେତେବେଳେ ସେମାନଙ୍କ ଆଖପାଖର କେହି, ବିଶେଷ କରି ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ଭାବରେ ପଞ୍ଜୀକୃତ ହୁଅନ୍ତି, ସେତେବେଳେ ଖୁସି ହେବା ଏବଂ ଉତ୍ସବ ପାଳନ କରିବା । 
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି; 
ଜାତୀୟ ଭୋଟର ଦିବସ ଅବସରରେ ଶୁଭେଚ୍ଛା।  
ଏହି ଦିନ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆମର ବିଶ୍ୱାସକୁ ଆହୁରି ଗଭୀର କରିବା ପାଇଁ ଉଦ୍ଦିଷ୍ଟ। 
ଆମର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ସହ ଜଡ଼ିତ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। 
ଜଣେ ଭୋଟର ହେବା କେବଳ ଏକ ସାମ୍ବିଧାନିକ ବିଶେଷାଧିକାର ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଯାହା ପ୍ରତ୍ୟେକ ନାଗରିକଙ୍କୁ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ସ୍ୱର ଦେଇଥାଏ। ଆସନ୍ତୁ ଆମେ ସର୍ବଦା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆମ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବା, ଯାହା ଦ୍ୱାରା ଏକ ବିକଶିତ ଭାରତର ମୂଳଦୁଆକୁ ମଜବୁତ କରାଯାଇପାରିବ ।
"ଭୋଟର ହେବା ଏକ ଉତ୍ସବର ଅବସର! 
ଆଜି, ଜାତୀୟ ଭୋଟର ଦିବସ ଅବସରରେ, ମାଇ-ଭାରତ ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖିଛୁ ଯେ ଆମ ଆଖପାଖର କେହି ଜଣେ ଭୋଟର ଭାବରେ ପଞ୍ଜୀକରଣ କଲାବେଳେ ଆମେ ସମସ୍ତେ କିପରି ଖୁସି ହେବା ଉଚିତ୍ ।
"ଜଣେ ଭୋଟର ହେବାର ଉତ୍ସବ ପାଳନ କରିବା ଏକ ଗୌରବମୟ ଅବସର! 
ଆଜି ଜାତୀୟ ଭୋଟର ଦିବସ ଅବସରରେ ମୁଁ' ମାଇ ଭାରତର ସ୍ୱେଚ୍ଛାସେବୀମାନଙ୍କୁ ଏକ ଚିଠି ଲେଖିଛି। ଏଥିରେ ମୁଁ ସେମାନଙ୍କୁ ଅନୁରୋଧ କରିଛି ଯେ, ଯେତେବେଳେ ଆମ ଆଖପାଖର ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ଭାବରେ ପଞ୍ଜୀକୃତ ହେବେ, ସେତେବେଳେ ଆମେ ସେହି ଖୁସି ଅବସରକୁ ଏକାଠି ପାଳନ କରିବା ଉଚିତ୍ ।
HS


(रिलीज़ आईडी: 2218700) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Punjabi , Gujarati , Tamil , Telugu , Kannada , Malayalam