ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ନିଜ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
24 JAN 2026 7:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ନିଜ ଅଭିଭାଷଣର ଝଲକ ସେୟାର କରିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
"ଦେଶ ଏବଂ ବିଶ୍ୱରେ ଯୁବ ଶକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଆମର ନିରନ୍ତର ପ୍ରୟାସ। ଆଜି, ଭାରତ ଆନିମେସନ୍ ଏବଂ ଡିଜିଟାଲ୍ ମିଡିଆ ଭଳି ଅନେକ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ ମଧ୍ୟ ହେବାରେ ଲାଗିଛି, ଯେଉଁଠାରେ ଆମର ଯୁବ ସହକର୍ମୀମାନଙ୍କୁ ନୂତନ ସୁଯୋଗ ମିଳୁଛି ।’’
"ଆଜି, ଉତ୍ପାଦନ, ଇଲେକ୍ଟ୍ରୋନିକ୍ସ, ଅଟୋ ଏବଂ ଫାର୍ମା ଭଳି କ୍ଷେତ୍ରରେ ଏକ ଶକ୍ତି କେନ୍ଦ୍ର ହୋଇ ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି। ଏହା ମଧ୍ୟ ଯୁବକମାନଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରୁଛି ।’’
"ଆଜି ଦେଶରେ ଚାଲୁଥିବା ସଂସ୍କାର ଏକ୍ସପ୍ରେସରୁ ଶ୍ରମିକ ଏବଂ କର୍ମଚାରୀ ସମେତ ସମସ୍ତଙ୍କୁ ବହୁତ ଲାଭ ମିଳୁଛି। ଏହି ଗତି ବଜାୟ ରଖିବା ପାଇଁ ମୋ ତରଫରୁ ଏକ ସ୍ୱତନ୍ତ୍ର ଅନୁରୋଧ ।’’
HS
(रिलीज़ आईडी: 2218699)
आगंतुक पटल : 59
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam