ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମର ଗୌହାଟୀରେ ବାଗୁରୁମ୍ବା ଦୌ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JAN 2026 11:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀର ସାରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୌ ୨୦୨୬ ରେ ଅଂଶଗ୍ରହଣର ଝଲକ ସେୟାର କରିଛନ୍ତି। 
ଏକ୍ସରେ ଏକାଧିକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: 
"ବାଗୁରୁମ୍ବା ଦୌ କାର୍ଯ୍ୟକ୍ରମ ପାଇଁ ଗୌହାଟୀର ମୋର ଭଉଣୀ ଏବଂ ଭାଇମାନଙ୍କ ମଧ୍ୟରେ ରହିବା ଏକ ଅଭିଜ୍ଞତା ଯାହା ମୁଁ ସର୍ବଦା ମନେ ରଖିବି। ଏହି କାର୍ଯ୍ୟକ୍ରମ ଗୌରବମୟ ବୋଡୋ ସଂସ୍କୃତିକୁ ପ୍ରଦର୍ଶିତ କରିଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୋର ଅଭିନନ୍ଦନ "
"ଏଠାରେ ବାଗୁରୁମ୍ବା ଦୌ କାର୍ଯ୍ୟକ୍ରମର ଅଧିକ ଫଟୋ ଅଛି ।" 
"ବୋଡୋ ସଂସ୍କୃତି ଏବଂ ପରମ୍ପରାକୁ ପାଳନ କରୁଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗର୍ବିତ!" 
"ଆମ ପାଇଁ ଆସାମର ସଂସ୍କୃତି ସମଗ୍ର ଦେଶର ଗର୍ବ। ରାଜ୍ୟର ସମୃଦ୍ଧ ଐତିହ୍ୟ ଏବଂ ଏହାର ମହାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଏକ ସୌଭାଗ୍ୟର ବିଷୟ ।’’
‘‘ବିଭିନ୍ନ କ୍ଷେତ୍ରରେ ଆସାମର ବିକାଶକୁ ସମଗ୍ର ଦେଶ ପ୍ରଶଂସା କରୁଛି ।’’
‘‘ନିଜର କ୍ଷୁଦ୍ର ରାଜନୈତିକ ଲାଭ ପାଇଁ କଂଗ୍ରେସ ସର୍ବଦା ଆସାମରେ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି। ଲୋକଙ୍କ ସେବା କରିବା ପରିବର୍ତ୍ତେ, ସେମାନେ ଅନୁପ୍ରବେଶକାରୀଙ୍କୁ ସ୍ୱାଗତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ।’’
‘‘ କଂଗ୍ରେସ ସର୍ବଦା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବକୁ ଅବହେଳାର ସହ ଦେଖିଛି। 
ଅପରପକ୍ଷରେ, ଏନ୍.ଡି.ଏ. କେବଳ ଭାବନାତ୍ମକ ଦୂରତା ହ୍ରାସ କରିନାହିଁ, ବରଂ ଉନ୍ନତ ଭିତ୍ତିଭୂମି ଜରିଆରେ ସମଗ୍ର ଅଞ୍ଚଳକୁ ବିକାଶର ମୁଖ୍ୟଧାରା ସହିତ ଯୋଡ଼ିଛି ।’’
"ଗୌହାଟୀରେ ଚମତ୍କାର ବାଗୁରୁମ୍ବା ଦୌ କାର୍ଯ୍ୟକ୍ରମ !" 
"ଆଜି ଆସାମରେ ରୂପକୋନୱାର ଜ୍ୟୋତି ପ୍ରସାଦ ଅଗ୍ରୱାଲାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶିଳ୍ପ ଦିବସ ପାଳନ କରାଯାଉଛି। ସେ ଆସାମର ଜଣେ ସାଂସ୍କୃତିକ ତାରକା ଥିଲେ, ଯାହାଙ୍କ କାର୍ଯ୍ୟ ଆସାମର ଲୋକଙ୍କ ମନରେ ଏକ ସ୍ଥାୟୀ ଛାପ ଛାଡିଛି। ତାଙ୍କର ଜୀବନ ଅସଂଖ୍ୟ ଲୋକଙ୍କୁ ଥିଏଟର, ଚଳଚ୍ଚିତ୍ର, ସଙ୍ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେଇଛି। 
ଗୌହାଟୀରେ କାର୍ଯ୍ୟକ୍ରମ ସମୟରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।’’
HS


(रिलीज़ आईडी: 2215799) आगंतुक पटल : 16
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Punjabi , Gujarati , Telugu , Kannada , Malayalam