ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
प्रविष्टि तिथि:
03 JAN 2026 8:07AM by PIB Bhubaneshwar
ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେହି ଅଗ୍ରଣୀ ସମାଜ ସଂସ୍କାରକଙ୍କୁ ସ୍ମରଣ କରିଛନ୍ତି, ଯାହାଙ୍କ ଜୀବନ ସେବା ଏବଂ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ସମର୍ପିତ ଥିଲା।
ଶ୍ରୀ ମୋଦୀ କହିଛନ୍ତି ଯେ ସାବିତ୍ରୀବାଇ ଫୁଲେ ସମାନତା, ନ୍ୟାୟ ଏବଂ କରୁଣାର ନୀତି ପ୍ରତି ପ୍ରତିବଦ୍ଧ ଥିଲେ। ସେ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ଉପକରଣ ଏବଂ ଜ୍ଞାନ ଏବଂ ଶିକ୍ଷା ମାଧ୍ୟମରେ ଜୀବନକୁ ପରିବର୍ତ୍ତନ କରିବା ପାଇଁ ସେ ନିଜୀବନକୁ ଉତ୍ସର୍ଗ କରିଥିଲେ।
ତାଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିଲେ ଯେ ଦୁର୍ବଳ ଏବଂ ଅବହେଳିତଙ୍କ ଯତ୍ନନେବାରେ ତାଙ୍କର କାର୍ଯ୍ୟ ସେବା ଏବଂ ମାନବତାର ଏକ ପ୍ରେରଣାଦାୟୀ ଉଦାହରଣ ହୋଇ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କର ଦୂରଦୃଷ୍ଟି ଏକ ସମାବେଶୀ ଏବଂ ସଶକ୍ତ ସମାଜ ଗଠନ ଦିଗରେ ରାଷ୍ଟ୍ରର ପ୍ରୟାସକୁ ନିରନ୍ତର ମାର୍ଗଦର୍ଶନ କରୁଛି।
ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
"ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀ ଅବସରରେ ଆମେ ଜଣେ ଅଗ୍ରଗାମୀଙ୍କୁ ସ୍ମରଣ କରୁଛୁ ଯାହାଙ୍କ ଜୀବନ ସେବା ଏବଂ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ଉତ୍ସର୍ଗୀକୃତ ଥିଲା। ସେ ସମାନତା, ନ୍ୟାୟ ଏବଂ କରୁଣାର ନୀତି ପ୍ରତି ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ଉପକରଣ ଏବଂ ଜ୍ଞାନ ତଥା ଶିକ୍ଷା ମାଧ୍ୟମରେ ଜୀବନକୁ ପରିବର୍ତ୍ତନ କରିବା ଉପରେ ଧ୍ୟାନ ଦେଇଥାଏ। ଦୁର୍ବଳ ଲୋକଙ୍କ ଯତ୍ନେବାରେ ତାଙ୍କର କାର୍ଯ୍ୟ ମଧ୍ୟ ଉଲ୍ଲେଖନୀୟ । "
"ସାବିତ୍ରୀବାଇ ଫୁଲେଙ୍କ ଜନ୍ମବାର୍ଷିକୀ ଅବସରରେ, ଆମେ ସେହି ପ୍ରମୁଖ ବ୍ୟକ୍ତିଙ୍କୁ ମନେ ପକାଉଛୁ ଯିଏ ସେବା ଏବଂ ଶିକ୍ଷାଦାନ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ସମାନତା, ନ୍ୟାୟ ଏବଂ କରୁଣା କିମ୍ବା ନୀତି ପ୍ରତି ପ୍ରତିବଦ୍ଧ ଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ଏବଂ ଜ୍ଞାନ ଏବଂ ଅଧ୍ୟୟନ ମାଧ୍ୟମରେ ସେ ଜୀବନର ପରିବର୍ତ୍ତନ ଆଣିଥିଲେ। ଦୁର୍ବଳଙ୍କ ଯତ୍ନ ନେବା ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ବିଶେଷ ଭାବରେ ଉଲ୍ଲେଖନୀୟ।"
HS
(रिलीज़ आईडी: 2211211)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada