ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉଦ୍ୟୋଗୀ କିମ୍ବା ପରିଶ୍ରମୀ ଲୋକଙ୍କ ପାଇଁ କିଛି ଅସମ୍ଭବ ନୁହେଁ ବୋଲି ଗୁରୁତ୍ୱାରୋପ କରି ସଂସ୍କୃତ 'ସୁଭାଷିତମ୍’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 DEC 2025 9:52AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜି ଉଦ୍ୟୋଗୀ କିମ୍ବା ପରିଶ୍ରମୀ ଲୋକଙ୍କ ପାଇଁ କିଛି ଅସମ୍ଭବ ନୁହେଁ ।

‘‘ନାତ୍ୟୁଚ୍ଚଶିଖରେନାଂ ମେରୁନାର୍ତିଂନିଚଂ ରସାତଳମ୍‍ ।

ବ୍ୟବସାୟଧିତିୟାନାଂ ନାତ୍ୟପାରୋ ମହୋଦଧିଃ ।।’’

ସୁଭାଷିତମ୍ ସୂଚିତ କରେ ଯେ, କୌଣସି ପର୍ବତ ଅତ୍ୟଧିକ ଉଚ୍ଚ ନୁହେଁ ଏବଂ ପହଞ୍ଚିବା ପାଇଁ କୌଣସି ସ୍ଥାନ ଅତ୍ୟଧିକ ଗଭୀର ନୁହେଁ! ସେହିପରି, କୌଣସି ସମୁଦ୍ର ଅତିକ୍ରମ କରିବା ପାଇଁ ଏତେ ବିଶାଳ ନୁହେଁ! ବାସ୍ତବରେ, ଉଦ୍ୟୋଗୀ କିମ୍ବା ପରିଶ୍ରମୀ ଲୋକମାନଙ୍କ ପାଇଁ କିଛି ଅସମ୍ଭବ ନୁହେଁ

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ନାତ୍ୟୁଚ୍ଚଶିଖରେନାଂ ମେରୁନାର୍ତିଂନିଚଂ ରସାତଳମ୍‍ ।

ବ୍ୟବସାୟଧିତିୟାନାଂ ନାତ୍ୟପାରୋ ମହୋଦଧିଃ ।।’’

 

HS


(ରିଲିଜ ଆଡି: 2209595) ପରିଦର୍ଶକ କାଉଣ୍ଟର : 35